Home ଜିଲ୍ଲା ପରିକ୍ରମା ରାଜପଥ ଟୋଲଗେଟରେ ସ୍ଥାନୀୟ ଯାନବାହନକୁ ସ୍ୱତନ୍ତ୍ର ପାସ୍ ବ୍ୟବସ୍ଥା ଦାବି

ରାଜପଥ ଟୋଲଗେଟରେ ସ୍ଥାନୀୟ ଯାନବାହନକୁ ସ୍ୱତନ୍ତ୍ର ପାସ୍ ବ୍ୟବସ୍ଥା ଦାବି

53

ଭଦ୍ରକ, ୭ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥର ନେଉଳିଆ ଠାରେ ଆଗାମୀ ୧୫ ତାରିଖରେ କାର୍ଯ୍ୟକ୍ଷମ ହେବାକୁ ଥିବା ଟୋଲଗେଟରେ ସ୍ଥାନୀୟ ଯାନବାହନକୁ ସ୍ୱତନ୍ତ୍ର ପାସ ବ୍ୟବସ୍ଥା ପାଇଁ ଦାବି ହୋଇଛି। ଏହି ଟୋଲଗେଟ ଅଗଷ୍ଟ ୧୫ ତାରିଖରେ କାର୍ଯ୍ୟକ୍ଷମ ହେବାପାଇଁ ପ୍ରସ୍ତୁତ କରାଯାଇଛି। ଏହା ରାମଚନ୍ଦ୍ରପୁର ପଞ୍ଚାୟତର ନେଉଳିଆ ଗ୍ରାମ ଓ ତେସିଙ୍ଗା ପଞ୍ଚାୟତର ଭାଗଡା ଗ୍ରାମ ଦ୍ୱୟର ସଂଯୋଗସ୍ଥଳୀରେ ଅବସ୍ଥିତ। ଉଭୟ ପଞ୍ଚାୟତବାସୀ ଓ ସେମାନଙ୍କ ଯାନବାହନ ରାଜପଥ ଅତିକ୍ରମ କରି ବହୁମାତ୍ରାରେ ଯାତାୟତ କରୁଛନ୍ତି। ପ୍ରସ୍ତାବିତ ଟୋଲଗେଟ ଉଭୟ ପଞ୍ଚାୟତକୁ ବିଭାଜନ କରିଛି। ଫଳରେ ଏହି ଦୁଇ ପଞ୍ଚାୟତର ଚାଷୀ, ବ୍ୟବସାୟୀ ଓ ଘରୋଇ ଯାନବାହନ ଓ ଦୈନିକ ଏକାଧିକ ବାର ରାଜପଥ ଅତିିକ୍ରମ ପାଇଁ ଅର୍ଥ ପୈଠ କରିବାକୁ ପଡିବ। ଏହା ମଧ୍ୟ ସମ୍ଭବ ନୁହେଁ। ଦୂରଗାମୀ ଯାନବାହନ ପାଇଁ ଲାଗୁ ହେଉଥିବା ବ୍ୟବସ୍ଥା ସ୍ଥାନୀୟ ଯାନବାହନ ପାଇଁ ପ୍ରଜୁଜ୍ୟ ମଧ୍ୟ ନୁହେଁ। ରାଜପଥର ବିଭିନ୍ନ ଟୋଲ ଗେଟରେ ଲାଗୁ ହୋଇଥିବା ସ୍ଥାନୀୟ ଯାନବାହନ ପାଇଁ ସ୍ୱତନ୍ତ୍ର ଓ ରିହାତୀ ଅର୍ଥ ବ୍ୟବସ୍ଥା ଏଠାରେ ଲାଗୁ କରିବାକୁ ରାମଚନ୍ଦ୍ରପୁର ଓ ତେସିଙ୍ଗା ପଞ୍ଚାୟତ ଅଞ୍ଚଳର ଜନସାଧାରଣ ରାଜପଥ ପ୍ରାଧିକରଣ କତ୍ତୃପକ୍ଷ ଓ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି। ଆଗଷ୍ଟ ୧୫ ତାରିଖରେ ଟୋଲଗେଟ କାର୍ଯ୍ୟକ୍ଷମ ହେବା ସହ ସ୍ଥାନୀୟ ବ୍ୟବସ୍ଥା ଲାଗୁ କରାଯିବା ଉଚିତ ବୋଲି ଦାବି କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.