Home ଜିଲ୍ଲା ପରିକ୍ରମା ରାଜନୈତିକ ଶ୍ରତୁତାକୁ ନେଇ ବିଜେପି କର୍ମୀଙ୍କ ଉପରେ ଆକ୍ରମଣ, ପତି-ପତ୍ନୀ ଗୁରୁତର

ରାଜନୈତିକ ଶ୍ରତୁତାକୁ ନେଇ ବିଜେପି କର୍ମୀଙ୍କ ଉପରେ ଆକ୍ରମଣ, ପତି-ପତ୍ନୀ ଗୁରୁତର

60

ଭଦ୍ରକ, ୩୧ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟଙ୍କ ନିଜ ଗାଁରେ ଦେଖାଦେଇଛି ଗୋଷ୍ଠୀ ସଂଘର୍ଷ । ନିରୀହ ବିଜେପି କର୍ମୀଙ୍କ ଉପରେ ହୋଇଛି ସଂଘବଦ୍ଧ ଆକ୍ରମଣ । ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଚାନ୍ଦବାଲି ବ୍ଲକ୍ କାଣ୍ଡଗରଡି ପଂଚାୟତରେ ରାଜନୈତିକ ଶତ୍ରୁତାକୁ କେନ୍ଦ୍ର କରି ପ୍ରତିପକ୍ଷଙ୍କ ପକ୍ଷରୁ ସଂଘବଦ୍ଧ ଭାବେ ବିଜେପି କର୍ମୀଙ୍କ ମରଣାନ୍ତକ ଆକ୍ରମଣ ହେବାରୁ ପତି-ପତ୍ନୀ ଗୁରୁତର ହୋଇ ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି । ସଦର ଚାନ୍ଦବାଲି ବଜାର ଶାସ୍ତ୍ରି ନଗରରେ ଅଲେଖ କୁମାର ନାୟକ ଓ ତାଙ୍କର ଧର୍ମପତ୍ନୀ ଏକ ଅଟୋରେ ଯାଉଥିବା ସମୟରେ ପ୍ରତିପକ୍ଷ ବିଜେଡି କର୍ମୀମାନେ ଆସି କୋଦାଳ ବେଣ୍ଟରେ ମରଣାନ୍ତକ ଆକ୍ରମଣ କରିବାରୁ ସେମାନଙ୍କୁ ପ୍ରଥମେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଚାନ୍ଦବାଲି ଥାନାକୁ ନିଆଯାଇ ପରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଏଥିନେଇ ଚାନ୍ଦବାଲି ଥାନାରେ ଦମ୍ପତିଙ୍କ ପକ୍ଷରୁ ଅଭିଯୋଗ ହୋଇଛି । ପୁଲିସ୍ ଏହାର ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.