Home ଜିଲ୍ଲା ପରିକ୍ରମା କର୍ତ୍ତବ୍ୟରତ ସାମ୍ବାଦିକଙ୍କୁ ପୁଲିସ୍ ଆକ୍ରମଣର ପ୍ରତିବାଦ, ଦୃଢ କାର୍ଯ୍ୟାନୁଷ୍ଠାନ ଦାବିରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର

କର୍ତ୍ତବ୍ୟରତ ସାମ୍ବାଦିକଙ୍କୁ ପୁଲିସ୍ ଆକ୍ରମଣର ପ୍ରତିବାଦ, ଦୃଢ କାର୍ଯ୍ୟାନୁଷ୍ଠାନ ଦାବିରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର

27

ଭଦ୍ରକ, ୩୧ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପୁରୀରେ ଜଣେ କର୍ତ୍ତବ୍ୟରତ ସାମ୍ବାଦିକଙ୍କୁ ପୁଲିସ୍ ଆକ୍ରମଣ କରିବା ଘଟଣାରେ ଆଜି ଭଦ୍ରକ ଜିଲାର ବହୁ ଗଣମାଧ୍ୟମ ପ୍ରତିନିଧି ନିନ୍ଦା କରିବା ସହ ଦୃଢ ପ୍ରତିବାଦ କରିଛନ୍ତି । ଏଠାରେ ସୂଚନାଯୋଗ୍ୟ ପୁରୀର ଧରିତ୍ରୀ ପ୍ରତିନିଧି ଦତ୍ତାତ୍ରେୟ ନାୟକ ଖବର ସଂଗ୍ରହ ପାଇଁ ଯାଇଥିବାବେଳେ ପୁଲିସ୍ କର୍ମଚାରୀଙ୍କ ଆକ୍ରମଣର ସମ୍ମୁଖୀନ ହେବା ସହ ତାଙ୍କର ସାମ୍ବିଧାନିକ ଅଧିକାରକୁ କ୍ଷୁର୍ଣ୍ଣ କରୁଥିବା ଦର୍ଶାଇ ଘଟଣାର ଏକ ନିରପେକ୍ଷ ତଦନ୍ତ ସହ ସଂପୃକ୍ତ ପୁଲିସ୍ କର୍ମଚାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାମ୍ବାଦିକମାନେ ଦାବି କରିଛନ୍ତି । ପରବର୍ତ୍ତୀ ସମୟରେ ସାମ୍ବାଦିକମାନଙ୍କର ଏକ ପ୍ରତିନିଧି ମଣ୍ଡଳୀ ମଧ୍ୟରେ ବରିଷ୍ଠ ସାମ୍ବାଦିକ ପ୍ରମୋଦ ରାୟ, ଚାରୁଦତ୍ତ ନାୟକ, ବିଭୁ ପ୍ରସାଦ ବେହେରା, ଜଗବନ୍ଧୁ ବେହେରା, ସୌମ୍ୟରଂଜନ ପାଢୀ, ଅବିନାଶ ପଣ୍ଡା, ଅତିଶ ବେହେରା, ଜ୍ଞାନପ୍ରକାଶ ପାଣି, ପାର୍ଥସାରଥୀ ନାୟକ, ଦୀପ୍ତିରଂଜନ ସାହୁ, ଲାଲା ପ୍ରମୋଦ ରାୟ ପ୍ରମୁଖ ଜିଲାପାଳ ଡ. ଜ୍ଞାନ ଦାସଙ୍କୁ କାର୍ଯ୍ୟାଳୟରେ ଭେଟି ଏହି ମର୍ମରେ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.