Home ଜିଲ୍ଲା ପରିକ୍ରମା ଏସ୍‌ପିଙ୍କ ପକ୍ଷରୁ ବୋଟ୍‌ମ୍ୟାନ୍ ଶ୍ରୀପତ୍ତି ମହାତ୍‌ଙ୍କୁ ପ୍ରଶଂସା ପତ୍ର

ଏସ୍‌ପିଙ୍କ ପକ୍ଷରୁ ବୋଟ୍‌ମ୍ୟାନ୍ ଶ୍ରୀପତ୍ତି ମହାତ୍‌ଙ୍କୁ ପ୍ରଶଂସା ପତ୍ର

47

ଭଦ୍ରକ, ୩୧ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଭଳି ଏକ ବନ୍ୟା ଓ ବାତ୍ୟା ପ୍ରବଣ ଉପକୂଳବର୍ତ୍ତୀ ଜିଲାରେ ଜଣେ କର୍ତ୍ତବ୍ୟନିଷ୍ଠ ବୋଟ୍‌ମ୍ୟାନ୍ ଭାବେ କାର୍ଯ୍ୟକରି ନିଜ ଚାକିରୀ କାଳର ୪୦ ବର୍ଷ ମଧ୍ୟରେ ବହୁ ବିପନ୍ନ ଲୋକଙ୍କୁ ଉଦ୍ଧାର ସହ ସହାୟତା କରିଆସୁଥିବା ଭଦ୍ରକ ପୁଲିସ୍ ବିଭାଗର ଶ୍ରୀପତ୍ତି ମହାତ ଆଜି ଚାକିରୀରୁ ଅବସର ଗ୍ରହଣ କରିଛନ୍ତି । ତେବେ ତାଙ୍କଭଳି ଜଣେ ନିଷ୍ଠାପର ବୋଟ୍‌ମ୍ୟାନ୍‌କୁ ଜିଲା ଆରକ୍ଷୀ ଅଧିକ୍ଷକ ଚରଣ ସିଂ ମୀନା ନିଜ କାର୍ଯ୍ୟାଳୟରେ ଅନ୍ୟ ପଦାଧିକାରୀଙ୍କ ଉପସ୍ଥିତିରେ ପ୍ରଶଂସା ପତ୍ର ଓ ଶ୍ରୀ ଜଗନ୍ନାଥଙ୍କ ତୈଳଚିତ୍ର ଦେଇ ସମ୍ବର୍ଦ୍ଧିତ କରିଛନ୍ତି । ଏବଂ ତାଙ୍କର ସୁସ୍ଥ ଓ ନିରାମୟ ଜୀବନ କାମନା କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.