Home ଓଡ଼ିଶା ରାଜନୀତିରେ ନୂଆ କିର୍ତ୍ତୀମାନ ସ୍ଥାପନା କରିଥିଲେ ବିଜୟାରାଜେ ସିନ୍ଧିଆ: ମହିଳାମୋର୍ଚା

ରାଜନୀତିରେ ନୂଆ କିର୍ତ୍ତୀମାନ ସ୍ଥାପନା କରିଥିଲେ ବିଜୟାରାଜେ ସିନ୍ଧିଆ: ମହିଳାମୋର୍ଚା

163

ଭୁବନେଶ୍ୱର, ୧୨/୦୮ (ଓଡ଼ିଆ ପୁଅ) : ଆଜି ରାଜମାତା ବିଜୟାରାଜେ ସିନ୍ଧିଆଙ୍କ ୧୦୦ତମ ଜନ୍ମ ଜୟନ୍ତୀ। ରାଜମାତା ମଧ୍ୟପ୍ରଦେଶ ଠାରେ ୧୨ ଅକ୍ଟୋବର ୧୯୧୯ ମସିହାରେ ଜନ୍ମ ହୋଇଥିଲେ। ଶ୍ରୀମତୀ ସିନ୍ଧିଆ ଭାରତୀୟ ଜନତା ପାର୍ଟିର ପ୍ରତିଷ୍ଠାତା ସଦସ୍ୟା ଥିଲେ। ଭାରତର ରାଜନୀତିରେ ସେ ଜଣେ ଆଦର୍ଶ ମହିଳା ଥିଲେ। ରାଜମାତାଙ୍କ ୧୦୦ତମ ଜନ୍ମ ଜୟନ୍ତୀ ଅବସରରେ ଆଜି ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ତାଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରାଯିବା ସହ ତ୍ୟାଗ ବଳୀଦାନର ଗାଥାକୁ ମନେପକାଇଥିଲା।

ଶ୍ରୀମତୀ ସିନ୍ଧିଆ ଅତି ସରଳ ସ୍ୱଭାବର ଥିଲେ। ସମାଜ ପାଇଁ ସେ ନିଜକୁ ଉତ୍ସର୍ଗୀକୃତ କରିଥିଲେ। ରାଜନୀତିରେ ସେ ଏକ ନୂଆ କିର୍ତ୍ତୀମାନ ସ୍ଥାପନା କରିଥିଲେ। ପୂର୍ବରୁ ଜନସଂଘ ବିଚାରଧାରା ରହି ସେ କାର୍ଯ୍ୟ କରୁଥିଲେ। ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରାଗାନ୍ଧୀଙ୍କ ସମୟରେ ଲାଗିଥିବା ଆପାତ କାଳୀନ ପରିସ୍ଥିତିରେ ସେ କଂଗ୍ରେସର କଳା ଆଇନକୁ ବିରୋଦ୍ଧ କରିଥିଲେ। ରାଜମାତାଙ୍କ ନିସ୍ୱାର୍ଥପରତା, ତ୍ୟାଗ, ବଳୀଦାନ ବିଜେପି ଦଳ ପାଇଁ ଅବିସ୍ମରଣୀୟ ହୋଇ ରହିବ ବୋଲି ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା କହିବା ସହ ତାଙ୍କ ବିଚାରଧାରାକୁ ନେଇ କାର୍ଯ୍ୟକରିବା ପାଇଁ ଆହ୍ୱାନ ଦେଇଥିଲେ।

ରାଜମାତାଙ୍କ ଏହି ଜନ୍ମ ଜୟନ୍ତୀ ପାଳନ ଅବସରରେ ପୂର୍ବତନ ମନ୍ତ୍ରୀ ସୁରମା ପାଢୀ, ସିମନ୍ତୀନି ଜେନା, ସ୍ମୃତି ପଟ୍ଟନାୟକ, ସୁକେଶୀ ଓରାମ, କାନନବାଳା ପଟ୍ଟନାୟକ, ପିଙ୍କି ପ୍ରଧାନ, ରଶ୍ମିରେଖା ଦାସ, କସ୍ତୁରୀ ମିଶ୍ରଙ୍କ ସମେତ ଶତାଧିକ ମହିଳା କାର୍ଯ୍ୟକର୍ତା ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.