ପାଟଣା ୨୨-୧ (ଓଡ଼ିଆ ପୁଅ/ସନ୍ତୋଷ ପତି) – କେନ୍ଦୁଝର ଜିଲ୍ଲା ରାଜନଗର ଗ୍ରାମରେ ବୈତରଣୀ ପ୍ରିମିୟର ଲିଗ କ୍ରିକେଟ ଟୁର୍ଣ୍ଣାମେଣ୍ଟ ବୁଧବାର ଉଦ୍ଘାଟିତ ହୋଇଯାଇଛି। ଉଦ୍ଘାଟନୀ ମ୍ୟାଚ ରେ ମୁଖ୍ୟ ଅତିଥି ଭାବରେ ଅବସର ପ୍ରାପ୍ତ ବାୟୁସେନା ଅଧିକାରୀ ତଥା ଜଣାଶୁଣା ସମାଜସେବୀ ଶରତ ଜ୍ୟୋତି କର ଯୋଗଦେଇ ଆନୁଷ୍ଠାନିକ ଭାବରେ ଉଦଘଟିତ କରିଥିଲେ। ସମ୍ମାନିତ ଅତିଥି ଭାବରେ ରାଜନଗର ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ମହେନ୍ଦ୍ର କୁମାର ମହାନ୍ତ ଓ ପ୍ରତାପ ରଣା ଯୋଗଦେଇଥିଲେ।
ଉଦ୍ଘାଟନୀ ମ୍ୟାଚ ବାଙ୍କ ପାଟୁଳି ସହିତ ଖୁଣ୍ଟାପଡା ମଧ୍ୟରେ ହୋଇଥିଲା ଏଥିରେ ଏଥିରେ ଖୁଣ୍ଟାପଡା ଟିମ ବିଜୟ ହୋଇଥିଲା। ଖେଳ କୁ ଅମ୍ପେୟାର ଭାବରେ ନିଶିକାନ୍ତ ମିଶ୍ର ଓ ଅନାମ ସେଠୀ ପରିଚାଳନା କରିଥିବା ବେଳେ ନୌସେନା ଅଧିକାରୀ ସୌଭାଗ୍ୟ ମିଶ୍ର ଧାରାବିବରଣୀ ପ୍ରଦାନ କରିଥିବା ବେଳେ କମିଟିର ସତ୍ୟବ୍ରତ ସେଠୀ, କିଶୋର ଚନ୍ଦ୍ର ସେଠୀ, ପରେଶ ସେଠୀ, ଅବନୀ ନାଏକ, ନରେଶ ସେଠୀ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।