Home ଓଡ଼ିଶା ରାଜଧାନୀ ଏକ୍ସପ୍ରେସରେ ୨୦ଲକ୍ଷ ଟଙ୍କାର ନୂଆନୋଟ ବ୍ୟାଗ ସହ ଯୁବକ ଅଟକ : ତଦନ୍ତ ଜାରି

ରାଜଧାନୀ ଏକ୍ସପ୍ରେସରେ ୨୦ଲକ୍ଷ ଟଙ୍କାର ନୂଆନୋଟ ବ୍ୟାଗ ସହ ଯୁବକ ଅଟକ : ତଦନ୍ତ ଜାରି

105

କଟକ, ୮/୧୨ (ଓଡ଼ିଆ ପୁଅ /ଅଭୟ ଜେନା) ରାଜଧାନୀ ଏକ୍ସପ୍ରେସରେ ୨୦ ଲକ୍ଷ ଟଙ୍କାର ଦଶ ଟଙ୍କିଆ ଓ କୋଡିଏ ଟଙ୍କା ନୂଆ ନୋଟ ନେଇ ଯାଉଥିବା ବେଳେ କଟକ ରେଳ ଷ୍ଟେସନରେ ଧରା ପଡିଲେ ଯୁବକ। ତେବେ ଏତେ ଟଙ୍କା କେଉଁଠୁ ଆସିଲା। କିଏ କାହା ପାଖକୁ ଏତେ ଟଙ୍କା ପଠାଉଥିଲା ତାହାକୁ ନେଇ ଖୋଳତାଡ ଆରମ୍ଭ କରିଛି ଆରପିଏଫ୍। କିନ୍ତୁ ଏପର୍ଯ୍ୟନ୍ତ ଏହି ଟଙ୍କା ସମ୍ପର୍କରେ କିଛି ସ୍ପଷ୍ଟ ତଥ୍ୟ ମିଳିପାରିନାହିଁ। ତେବେ ଅଟକ ଥିବା ବ୍ୟକ୍ତିଙ୍କ ନାଁ ଏ.କେ. ସ୍ବାଇଁ ବୋଲି ଜଣାପଡିଛି। ସତ୍ୟା ସତ୍ୟ ସମ୍ପର୍କ ରେ ଅଧିକ ତଦନ୍ତ ଜାରି ରହିଥିବା ଜଣାପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.