Home ଜିଲ୍ଲା ପରିକ୍ରମା ପୁରୀ ବାଙ୍ଗର ଜେଲରେ କଏଦୀର ଆତ୍ମହତ୍ୟା ଘଟଣାରେ ଉଚ୍ଚସ୍ତରୀୟ ତଦନ୍ତ ସହ ନ୍ୟାୟ ପ୍ରଦାନ ପାଇଁ...

ପୁରୀ ବାଙ୍ଗର ଜେଲରେ କଏଦୀର ଆତ୍ମହତ୍ୟା ଘଟଣାରେ ଉଚ୍ଚସ୍ତରୀୟ ତଦନ୍ତ ସହ ନ୍ୟାୟ ପ୍ରଦାନ ପାଇଁ ଦାବି

39

ପୁରୀ ୨୪-୮ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ପୁରୀ ବାଙ୍ଗର ଜେଲରେ କଏଦୀର ଆତ୍ମହତ୍ୟା ଘଟଣାରେ ଉଚ୍ଚସ୍ତରୀୟ ତଦନ୍ତ ସହ ନ୍ୟାୟ ପ୍ରଦାନ ପାଇଁ ଦାବି କରିଛି ବିଶ୍ୱ ମାନବ ଅଧିକାର ସୁରକ୍ଷା ସଂଗଠନ। ଚଳିତମାସ ଗତ ୧୨ ତାରିଖରେ ବାଙ୍ଗର ସ୍ଥିତ ପୁରୀ ଜିଲ୍ଲା ଜେଲ ପରିସରରେ କଏଦୀ ବ୍ରହ୍ମଗିରି ଥାନା ଅନ୍ତର୍ଗତ ଶିଶାପୁର ଗ୍ରାମର ବିଶ୍ବନାଥ ବାରିକ ବେକରେ ଗାମୁଛା ଲଗାଇ ବାଥରୁମ୍ ଘରେ ଆତ୍ମହତ୍ୟା କରିଥିଲେ। ଏକ ବଳାତ୍କାର ମାମଲାରେ ସେ ଗିରଫ ହୋଇ ଜେଲରେ ଥିଲେ। ତେବେ ଜାମିନ ହେବା ପୂର୍ବରୁ ତାଙ୍କର ଆତ୍ମହତ୍ୟାକୁ ବିଶ୍ୱାସ କରିପାରିନାହାନ୍ତି ତାଙ୍କ ସ୍ତ୍ରୀ ବୋଲି ଦାବି କରୁଥିବା ଯୁବତୀ ଓ ସଂଗଠନ। ମୃତକ ବିଶ୍ଵନାଥଙ୍କ ସ୍ତ୍ରୀ ମନ୍ଦାକିନୀ ବାରିକ ଓ ମା ମାଗି ବାରିକ ତାଙ୍କୁ ଯୋଜନାବଦ୍ଧ ଭାବେ ପିଟିପିଟି ଜେଲ ଭିତରେ ମାରି ଦେଇଥିବା ଅଭିଯୋଗ କରିଛନ୍ତି। ବିଶ୍ଵ ମାନବ ଅଧିକାର ସୁରକ୍ଷା ସଂଗଠନ ମଧ୍ୟ ଜେଲ ଭିତରେ ଏଭଳି ଘଟଣାକୁ ଦୁର୍ଭାଗ୍ୟଜନକ ବୋଲି କହିବା ସହ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛି। ବିଶ୍ଵନାଥ କେଉଁ କାରଣରୁ ସେ ଆତ୍ମହତ୍ୟା କଲେ ତାହା ସନ୍ଦେହ ସୃଷ୍ଟି କରିଛି। ତେବେ ବାଙ୍ଗର ଜେଲରେ ଏତେ କଡା ସୁରକ୍ଷା ଭିତରେ କଏଦୀଙ୍କର ଆତ୍ମହତ୍ୟା ଜେଲ୍ ପୋଲିସ ଓ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.