Home ଓଡ଼ିଶା ‘ରନ୍ ଫର୍ ୟୁନିଟି’; ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅପରାଜିତା ଷଡ଼ଙ୍ଗୀ

‘ରନ୍ ଫର୍ ୟୁନିଟି’; ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅପରାଜିତା ଷଡ଼ଙ୍ଗୀ

106

ଭୁବନେଶ୍ଵର,୩୧/୧୦,(ଓଡ଼ିଆ ପୁଅ ପି ନାୟକ):

ଆଜି ହେଉଛି ଲୌହପୁରୁଷ ସର୍ଦ୍ଦାର ବଲ୍ଳବ ଭାଇ ପଟେଲଙ୍କ ଜନ୍ମଜୟନ୍ତୀ । ଏହି ଅବସରରେ ସାରା ଦେଶ ମନେପକାଉଛି ସର୍ଦ୍ଦାର ପଟେଲଙ୍କୁ । ଅନ୍ୟପଟେ ସର୍ଦ୍ଦାର ପଟେଲଙ୍କ ଏହି ଜନ୍ମ ତିଥୀକୁ ଦେଶ ପାଳନ କରୁଛି ଜାତୀୟ ଏକତା ଦିବସ ଭାବେ । ଏଥିପାଇଁ ସାରା ଦେଶରେ ଆୟୋଜନ ହେଉଛି ଏକତା ପାଇଁ ଦୌଡ । ରାଜଧାନୀ ଭୁବନେଶ୍ୱରରେ ବି ରନ ଫର ୟୁନିଟି ବା ଏକତା ପାଇଁ ଦୌଡ କାର୍ଯ୍ୟକ୍ରମ ଆୟୋଜନ ହୋଇଯାଇଛି । ଯାହାର ଉଦଘାଟନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ତେବେ ଧର୍ମେନ୍ଦ୍ର ଙ୍କ ଛଡ଼ା ଏଥିରେ ଭୁବନେଶ୍ଵର ସାଂସଦ ଅପରାଜିତା ଷଡ଼ଙ୍ଗୀ ମଧ୍ୟ ଉପସ୍ଥିତ ଥିଲେ । ଆଉ ବହୁ ସଂଖ୍ୟା ରେ ସ୍କୁଲ ଛାତ୍ରଛାତ୍ରୀ ମଧ୍ୟ ଏଥିରେ ସାମିଲ ହୋଇଥିଲେ ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.