Home ଓଡ଼ିଶା ରନ୍ଧା ଖାଦ୍ୟ ଓ କ୍ୱାରେଣ୍ଟାଇନ ହଲ ସ୍ଥିତି ପରଖିଲେ ରଣପୁର ବିଧାୟକ

ରନ୍ଧା ଖାଦ୍ୟ ଓ କ୍ୱାରେଣ୍ଟାଇନ ହଲ ସ୍ଥିତି ପରଖିଲେ ରଣପୁର ବିଧାୟକ

102

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧୪/୦୪-ନୟାଗଡ ଜିଲ୍ଲା ରଣପୁର ନିର୍ବାଚାନ ମଣ୍ଡଳୀରେ ଖୋଲାଯାଇଥିବା କ୍ୱାରେଣ୍ଟାଇନ୍ ହଲ ଓ ରଣପୁର ଏନ୍‌.ଏ.ସି ସହ ବ୍ଲକ୍ ଅଂଚଳରେ ଖୋଲାଯାଇଥିବା ୩୭ ଗୋଟି ପଂଚାୟତରେ ନିରୀହ, ଗରୀବ ଓ ନିରାଶ୍ରୟ ମାନଙ୍କୁ ବଣ୍ଟନ କରାଯାଉଥିବା ବଣ୍ଟନ ଖାଦ୍ୟର ସମୀକ୍ଷା କରିଛନ୍ତି ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ । ଏପ୍ରିଲ୍ ୧୪ ତାରିଖ ୧୧ ଘଟିକା ସମୟରେ ରଣପୁର ବିଧାୟକ ତଥା ନୟାଗଡ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ସତ୍ୟ ନାରାୟଣ ପ୍ରଧାନ ଓ ଯୁବନେତା ଇଂ.ଦେବାଶିଷ ପଟ୍ଟନାୟକ ଚାନ୍ଦପୁରଠାରେ ଖୋଲାଯାଇଥିବା ବସନ୍ତ ମଂଜରୀ ଜେନରାଲ ସ୍ୱାସ୍ଥ୍ୟ ନିବାସର ୨ଶହ ଶଯ୍ୟା ବିଶିଷ୍ଟ କ୍ୱାରେଣ୍ଟାଇନ ହଲକୁ ଦେଖିଥିଲେ ।

ବିଭିନ୍ନ ସୁବିଧା ଅସୁବିଧା ଓ ଆବଶ୍ୟକତାକୁ ମେଡିକାଲ ସୁପରିଟେଣ୍ଡେଟ୍ ବି.ସୁରୟ ରାଓଙ୍କ ସହ ଆଲୋଚନା କରିଥିଲେ । ପରେ ପରେ ରଣପୁର ବ୍ଲକ୍ ରେ ବିଡିଓ ପଂଚାନନ ପଟ୍ଟାୟତଙ୍କ ସହ, ରଣପୁର ଏନ୍‌.ଏ.ସି କାର୍ଯ୍ୟାଳୟକୁ ଯାଇ କାର୍ଯ୍ୟନିର୍ବାହୀ ଅଧିକାରୀ ତାପସ ବିସିଙ୍କ ସହ ଓ ବ୍ରଜରାଜପୁର ଗ୍ରାମ ପଂଚାୟତକୁ ଯାଇ ରନ୍ଧା ଖାଦ୍ୟ ବଣ୍ଟନ ସମ୍ପର୍କେ ସମିତି ସଭ୍ୟ ତପନ ପଟ୍ଟନାୟକଙ୍କ ସହ ଓ ସରପଂଚ ସୁକାନ୍ତ ସାମନ୍ତରାୟଙ୍କ ସହ ଆଲୋଚନା କରିଥିଲେ । ଏହାଦ୍ୱାରା ସମସ୍ତ ରନ୍ଧା ଖାଦ୍ୟ କେନ୍ଦ୍ରରେ ସୁବିଧା ଅସୁବିଧା ସମ୍ପର୍କେ ସମୀକ୍ଷା କରିଥିଲେ ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.