Home ଜିଲ୍ଲା ପରିକ୍ରମା ଲାୟନ୍ସ କ୍ଲବ ପକ୍ଷରୁ ସପ୍ତାହ ବ୍ୟାପି ବିଶ୍ଵ ମଧୁମେହ ଦିବସ ପାଳିତ

ଲାୟନ୍ସ କ୍ଲବ ପକ୍ଷରୁ ସପ୍ତାହ ବ୍ୟାପି ବିଶ୍ଵ ମଧୁମେହ ଦିବସ ପାଳିତ

19

ଟିଟିଲାଗଡ ୨୨-୧୧ (ଓଡ଼ିଆ ପୁଅ) : ବିଶ୍ଵ ମଧୁମେହ ଦିବସ ଅବସରରେ ଟିଟିଲାଗଡ ଲାୟନ୍ସ କ୍ଲବ ପକ୍ଷରୁ ଗତ ୧୪ ତାରିଖ ଠାରୁ ୨୧ ତାରିଖ ପର୍ଯ୍ୟନ୍ତ ସପ୍ତାହ ବ୍ୟାପି ଟିଟିଲାଗଡ ସହରର ବିଭିନ୍ନ ସ୍ଥାନରେ ନିଶୁଳ୍କ ଡାଇବେଟିସ ବା ସୁଗାର ପରୀକ୍ଷଣ ଶିବିରମାନ ଆୟୋଜିତ କରାଯାଇଥିଲା। ସହର ମଧ୍ୟରେ ଆୟୋଜିତ ବିଭିନ୍ନ ଶିବିରରେ ୪୦୪ ଜଣ ଙ୍କ ଡାଇବେଟିସ ପରୀକ୍ଷା କରାଯାଇଥିବା ବେଳେ ୭୮ ଜଣ ଡାଇବେଟିସ ରୋଗୀ ଙ୍କୁ ଚିହ୍ନଟ କରାଯାଇ ସଚେତନ କରାଯାଇଥିଲା। ଏହି ଶରୀରରେ କେଉଁ କାରଣରୁ ନିଜକୁ କିଭଳି ସୁରକ୍ଷିତ ରଖିବା ଓ କେଉଁ ସବୁ ଲକ୍ଷଣ ସେ ସବୁ ନେଇ ଏହି କାର୍ଯ୍ୟକ୍ରମ ଜରିଆରେ ଜନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଟିଟିଲାଗଡ ଲାୟନ୍ସକ୍ଲବ ସଭାପତି ଲାୟନ ଦୀପକ କୁମାର ପୃଷ୍ଟି, ସମ୍ପାଦକ ଆଶୀର୍ବାଦ ସ୍ୱରୂପ ମହାପାତ୍ର, ଲାୟନ ସନ୍ତୋଷ ମହାନ୍ତି, ରବୀନ୍ଦ୍ର ପାତ୍ର, ଲିଙ୍ଗରାଜ ସାହୁ, ରାଧାକାନ୍ତ ବେହେରା, ରତ୍ନାକର ସାହୁ, ଖିରସିନ୍ଧୁ ଦର୍ଜୀ, ଡ଼ଃ ନରେନ୍ଦ୍ର ଅଗ୍ରୱାଲ ପ୍ରମୁଖଙ୍କ ସହ କ୍ଲବର ଅନ୍ୟ ସଦସ୍ୟମାନେ ସହଯୋଗ କରିଥିଲେ। ତେବେ ସହର ମଧ୍ୟରେ ଲାୟନ୍ସ କ୍ଲବର ଏହି ପ୍ରକାର ନିୟମିତ ଉଦ୍ୟମ କୁ ବୁଦ୍ଧିଜୀବୀ ମହଲରେ ସ୍ବାଗତ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.