Home ଜିଲ୍ଲା ପରିକ୍ରମା ରଥ କାଠ ଚିହ୍ନଟ ପାଇଁ ମାଳ ମହାର୍ଦ ନେଇ ଯାତ୍ରା

ରଥ କାଠ ଚିହ୍ନଟ ପାଇଁ ମାଳ ମହାର୍ଦ ନେଇ ଯାତ୍ରା

16

ପୁରୀ, ୧୧/୦୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ଆଜି ଠାରୁ ୨୦୨୧ ରଥଯାତ୍ରାର ପ୍ରକ୍ରିୟା ଆରମ୍ଭ। ଶ୍ରୀ ମନ୍ଦିର ପ୍ରଶାସନ କାର୍ଯ୍ୟାଳୟରୁ ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁଙ୍କ ନେତୃତ୍ୱରେ ଏକ ୪ଜଣିଆ ଟିମ୍ ନୟାଗଡ଼ର ଦଶପଲା ରେଞ୍ଜର ବଡ଼ମୂଳର ବଡ଼ରାଉଳ ଠାକୁରାଣୀଙ୍କ ମନ୍ଦିର କୁ ଯାତ୍ରା କରିଛନ୍ତି। ଶ୍ରୀମନ୍ଦିରରୁ ମାଳ, ମହାର୍ଦ, ନଡ଼ିଆ, ପତନୀ, ସିନ୍ଦୁର, ଦୀପ, ନବୈଦ୍ୟ ନେଇ ଯାତ୍ରା କରିଛନ୍ତି। ଏହି ଟିମରେ ବରିଷ୍ଠ ତତ୍ତ୍ୱାବଧାରକ, ରଥ ଅମିନ, ଭୋଇ ସେବକ ରହିଛନ୍ତି। ଆସନ୍ତାକାଲି ବଡ଼ରାଉଳ ଠାକୁରାଣୀ ମନ୍ଦିରରେ ପୂଜାର୍ଚ୍ଚନା କରାଯିବ। ଠାକୁରାଣୀଙ୍କ ଅନୁମତି ନେଇ ରଥକାଠ ଚିହ୍ନଟ ପ୍ରକ୍ରିୟା ଆମ୍ଭ ହେବ। ରଥ ନିର୍ମାଣ ପାଇଁ ୮୬୫ କାଠର ଆବଶ୍ୟକତା ରହିଛି। ୬୯ ଖଣ୍ଡ କାଠ ବଳକା ରହିଛି ମୋଟ ୭୯୬ ଅସନ, ଧଉରା ଏବଂ ଫାସୀ କାଠର ଆବଶ୍ୟକତା ରହିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.