Home ଓଡ଼ିଶା ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ତିନି ସେଟ୍ ସୁବର୍ଣ୍ଣ ସୂର୍ଯ୍ୟ-ଚନ୍ଦ୍ର ଦାନ କଲେ ପଦ୍ମଚରଣ

ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ତିନି ସେଟ୍ ସୁବର୍ଣ୍ଣ ସୂର୍ଯ୍ୟ-ଚନ୍ଦ୍ର ଦାନ କଲେ ପଦ୍ମଚରଣ

41

ପୁରୀ, ୧୧/୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ଗତକାଲି ଭୁବନେଶ୍ୱରର ପଦ୍ମଚରଣ ପାତ୍ର ଓ ତାଙ୍କ ପତ୍ନୀ ଚତୁଃର୍ଦ୍ଧାବିଗ୍ରହଙ୍କ ଉଦ୍ଦେଶ୍ୟରେ ତିନି ସେଟ୍ ସୁବର୍ଣ୍ଣ ସୂର୍ଯ୍ୟ-ଚନ୍ଦ୍ର ଦାନ କରିଛନ୍ତି। ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ଠାରେ ମୁଖ୍ୟ ପ୍ରଶାସକ ଡ଼ଃ. କ୍ରିଷ୍ଣନ କୁମାରଙ୍କ ଉପସ୍ଥିତିରେ ଶ୍ରୀ ପାତ୍ର ନିଜ ପରିବାର ସହ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏହି ସବୁ ଅଳଙ୍କାର ଦାନ କରିଛନ୍ତି। ୩ ସେଟ ସୂର୍ଯ୍ୟ-ଚନ୍ଦ୍ରରେ ପ୍ରାୟ ୩୧୯ ଗ୍ରାମ ସୁନା ଓ ୮୨୨ ଗ୍ରାମ ରୂପା ବ୍ୟବହାର ହୋଇଛି। ପରବର୍ତ୍ତୀ ସମୟରେ ତିନି ଠାକୁରଙ୍କୁ ଏହି ନୂତନ ସୂର୍ଯ୍ୟ-ଚନ୍ଦ୍ର ଲାଗି ହେବ। ଏହି ସମୟରେ ବରିଷ୍ଠ ସେବାୟତ ତଥା ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟ ରାମଚନ୍ଦ୍ର ଦାସ ମହାପାତ୍ର ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.