Home ଓଡ଼ିଶା ରଥଖଳା ଏବେ ଚଳଚଂଚଳ

ରଥଖଳା ଏବେ ଚଳଚଂଚଳ

78

ପୁରୀ, ୨୫/୫ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ବିଳମ୍ବରେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲେ ମଧ୍ୟ ପରମ୍ପରା ବଜାୟ ରଖିଛନ୍ତି ମହାରଣା ସେବାୟତ। ଶୀତଳଷଷ୍ଠୀରେ ପରମ୍ପରା ଅନୁଯାୟୀ ୨୧ଟି ସହ ୪୨ଟି ଚକ ଡେରା ହେବାର ବିଧି ରହିଛି। ଶୀତଳଷଷ୍ଠୀ ଆଉ ୪ଦିନ ବାକି ଥିବା ବେଳେ ୨୧ଟି ଅଖ ସଂପୂର୍ଣ୍ଣ ହୋଇଯାଇଛି। ୪୨ଟି ଚକ ମଧ୍ୟରୁ ୩୧ଟି ଚକ ଶେଷ ହୋଇଥିବା ବେଳେ ଅବଶିଷ୍ଟ ୧୧ଟି ଚକ କାର୍ଯ୍ୟ ଚାଲୁରହିଛି। ଏବେ ତିନିରଥ ପାଇଁ ଗରଗରା, ଗୟଳ ଓ ଚାରିନାହାକା କାର୍ଯ୍ୟ ଚାଲୁ ରହିଛି ବୋଲି ନନ୍ଦିଘୋଷ ରଥର ମୁଖ୍ୟ ବିଶ୍ୱକର୍ମା ବିଜୟ ମହାପାତ୍ର ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.