Home ଓଡ଼ିଶା ସ୍ନାନଯାତ୍ରା ପୂର୍ବରୁ ଗରାବଡୁ ସେବାୟତଙ୍କର କୋଭିଡ ଟେଷ୍ଟ କରାଯିବ

ସ୍ନାନଯାତ୍ରା ପୂର୍ବରୁ ଗରାବଡୁ ସେବାୟତଙ୍କର କୋଭିଡ ଟେଷ୍ଟ କରାଯିବ

111

ପୁରୀ, ୨୫/୫ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ସ୍ନାନଯାତ୍ରା ପୂର୍ବରୁ କରୋନା କଟକଣାକୁ ନେଇ ଗାଇଡ ଲାଇନକୁ ସେବାୟତମାନେ କିଭଳି ଅନୁପାଳନ କରିବେ ସେ ନେଇ ଦ୍ୱିତୀୟ ପର୍ଯ୍ୟାୟ ବୈଠକ ଆଜି ନିଳାଦ୍ରୀ ଭକ୍ତ ନିବାସରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ଅନୁଷ୍ଠିତ ଏହି କର୍ମଶାଳାରେ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ, ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ପ୍ରମୁଖ ଯୋଗଦେଇ କରୋନା ଭୂତାଣୁକୁ କିଭଳି ମୁକାବିଲା କରିହେବ ଏବଂ ସ୍ନାନଯାତ୍ରା ଓ ରଥଯାତ୍ରା ସମୟରେ ସାମାଜିକ ଦୂରତା କିଭଳି ଅବଲମ୍ବନ କରିହେବ ସେ ନେଇ ଗରାବଡୁ ସେବକମାନଙ୍କୁ ପରାମର୍ଶ ଦିଆଯାଇଛି। ଯେହେତୁ ମହାପ୍ରଭୁଙ୍କ ସ୍ନାନଯାତ୍ରାରେ ଗରାବଡୁ ସେବାୟତଙ୍କର ପ୍ରମୁଖ ଭୂମିକା ରହିଥାଏ ସେ ନେଇ ଏହି ବୈଠକ ଅଧିକ ଗୁରୁତ୍ୱ ରହିଛି। ସ୍ନାନଯାତ୍ରା ପାଇଁ ମୋଟ ୧୦୯ଜଣ ଗରାବଡୁ ସେବକଙ୍କ କାର୍ଯ୍ୟ ରହିଛି। ଜଳ ଅଧିବାସ ଗୃହରୁ ଗରାବଡୁ ସେବାୟତମାନେ ସାମାଜିକ ଦୂରତା ରକ୍ଷାକରି କିଭଳି ମହାପ୍ରଭୁଙ୍କ ପାଇଁ ସ୍ନାନବେଦୀକୁ ଜଳ ଆଣିବେ ସେ ନେଇ ମୁଖ୍ୟତଃ ବୈଠକରେ ପରାମର୍ଶ ଦିଆଯାଇଛି। ଅଭିଜ୍ଞ ସ୍ୱାସ୍ଥ୍ୟଧିକାରୀମାନେ ବିଶେଷଭାବେ ଏ ନେଇ ସେବାୟତମାନଙ୍କୁ ସଚେତନ କରୁଛନ୍ତି। ତେବେ ବୈଠକ ସ୍ଥଳରେ ସମସ୍ତ ସେବାୟତ ଓ ପ୍ରଶାସନିକ ଅଧିକାରୀ ସାମାଜିକ ଦୂରତା ଅବଲମ୍ବନ ସହ ମୁହଁରେ ମାକ୍ସ ବାନ୍ଧି ବସିଥିବା ଦେଖିବାକୁ ମିଳିଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.