Home ଜିଲ୍ଲା ପରିକ୍ରମା ରକ୍ତଦାନ ଶିବିର

ରକ୍ତଦାନ ଶିବିର

99

ପୁରୀ, ୨୫/୫ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – କରୋନା ମୁକାବିଲା ହେଉ ବା କୌଣସି ଆପଦକାଳୀନ ପରିସ୍ଥିତିରେ ରାଜ୍ୟ ଯେଭଳି ରକ୍ତର ଅଭାବ ନରହିବ ସେ ନେଇ ହୋପ ଇଜ୍ ଲାଇଫ ପକ୍ଷରୁ ପୁରୀରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ପୁରୀ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ ଦୀପଦାନ କରି ଶିବିରକୁ ଉଦଘାଟନ କରିବା ସହ ଏହା ଏକ ମହତ୍ୱ କାର୍ଯ୍ୟ ଓ ଏଥିରେ ସମସ୍ତେ ସହଯୋଗ କରିବାକୁ ମତ ଦେଇଛନ୍ତି। ତେବେ ରୋଗୀଙ୍କ ପାଖରେ ଠିକ୍ ସମୟରେ ରକ୍ତ ନପହଂଚିବାରୁ ଅନେକ ଅସୁବିଧାର ସମ୍ମୁଖୀନ ହେବା ସହ କେହି କେହି ଜୀବନ ହାରୁଥିବା ନଜରକୁ ଆସିଛି। ଏହାକୁ ଉଦାହରଣ ସ୍ୱରୂପ ଗ୍ରହଣ କରି ହୋପ ଇଜ୍ ଲାଇଫ୍ ପକ୍ଷରୁ ଲହି ରକ୍ତଦାନ ଶିବିରର ଆୟୋଜନ କରାଯାଇଛି। ଆଗାମୀ ଦିନରେ କିଭଳି ରକ୍ତର ଅଭାବ ଦୂର ପାଇଁ ବହୁଳ ଭାବରେ ଏହି କାର୍ଯ୍ୟକ୍ରମ କରାଯିବ। ଏହି କାର୍ଯ୍ୟକ୍ରମ କରାଯିବ ବୋଲି ଅନୁଷ୍ଠାନ ଉଦ୍ୟମ କରିବ। ଅନୁଷ୍ଠାନର ସଂପାଦକ ଦୀନରଂଜନ ପଣ୍ଡାଙ୍କ ସହ ସମସ୍ତ କର୍ମକର୍ତା ସଦସ୍ୟମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.