Home ଓଡ଼ିଶା ରଥଖଳାରେ ୩୫ ଟି ତୁମ୍ବ ନିର୍ମାଣ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି

ରଥଖଳାରେ ୩୫ ଟି ତୁମ୍ବ ନିର୍ମାଣ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି

272

ପୁରୀ, ୧୧/୫ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ରଥନିର୍ମାଣର ଚତୁର୍ଥ ଦିବସରେ ରଥଖଳାରେ ୩୫ ଟି ତୁମ୍ବ ନିର୍ମାଣ କାର୍ଯ୍ୟ ଶେଷ ହୋଇ ସୁତା ବାଡିଆ ସରିଛି। ୩ ରଥ ପାଇଁ ୪୨ ଟି ତୁମ୍ବ ନିର୍ମାଣ କରାଯିବ। ତେଣୁ ଆଉ ୭ ଟି ତୁମ୍ବ ନିର୍ମାଣ ବାକିଥିବା ବେଳେ ସେଗୁଡିକ ଆଜି ସରିଯିବ ବୋଲି ଆଶା କରାଯାଇଛି। ପ୍ରସ୍ତୁତ ହୋଇଥିବା ତୁମ୍ବରେ ବିନ୍ଧ କରାଯାଇଛି। ଆଗାମୀ ୧୫ ତାରିଖ ଦିନ ମହାପ୍ରଭୂଙ୍କର ଭଉଁରି ଯାତ୍ରା ରେ ୩ ରଥର ୨ ଟି ଚକ ସହ ଅଖ ସଂଯୋଗ ହେବାର ପରମ୍ପରା ରହିଛି। ୩ ରଥର ୨ ଟି ଲେଖାଏଁ ୬ ଟି ତୁମ୍ବରେ ବିନ୍ଧ ଶେଷ ହୋଇଛି। ଏହା ସହ ୩ ରଥର ଗୋଟିଏ ଲେଖାଏଁ ଅଖ କାମ ମଧ୍ୟ ନିର୍ମାଣ କରାଯାଉଛି। ଯଥା ସମୟରେ ରଥ ନିର୍ମାଣ ପାଇଁ ଏବେ ରଥ ନିର୍ମାଣ କାର୍ଯ୍ୟ ସକାଳ ୮ ଟା ଠାରୁ ରାତି ୧୧ ଟା ପର୍ଯ୍ୟନ୍ତ ଚାଲୁ ରହିଛି। ରଥ ନିର୍ମାଣ ରେ ନିୟୋଜିତ ବିଶ୍ୱକର୍ମା ଭୋଇ ସେବାୟତ, କମାର ସେବାୟତ ଓ ରୂପକାର ସେବାୟତ ମାନଙ୍କ ଥର୍ମାଲ ସ୍କିନିଙ୍ଗ କରାଯିବା ପରେ ସେମାନେ ରଥ ଖଳା କୁ ଯାଇ ନିର୍ମାନ କାର୍ଯ୍ୟ କରୁଛନ୍ତି। ନିର୍ମାନ କାର୍ଯ୍ୟ ସମୟରେ ସାମାଜିକ ଦୂରତା ରଖିବା ସହ ବାରମ୍ବାର ସାନିଟାଇଜର ଲଗାଇ ହାତ ଧୋଉଛନ୍ତି। କୋଭିଡ୍‌-୧୯ ର ସମସ୍ତ ନିୟମ ସେମାନେ ଅନୁପାଳନ କରୁଛନ୍ତି। ରଥନିର୍ମାଣ ରେ ନିୟୋଜିତ ସେବାୟତ ମାନଙ୍କୁ ଗତକାଲି ଠାରୁ କ୍ୱାରେନଟାଇନରେ ରଖାଯାଇଛି। ସେମାନେ ଶ୍ରୀମନ୍ଦିର ପ୍ରଶାସନ ଅଧିନରେ ଥିବା ୩ ଟି ଯାକ ଭକ୍ତ ନିବାସରେ ରହୁଛନ୍ତି। ଏବଂ ସେଠାରୁ ରଥଖଳା କୁ ବସ୍ ଯୋଗେ ଯିବା ଆସିଆ କରୁଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.