Home ଓଡ଼ିଶା ତୃତୀୟ ପର୍ଯ୍ୟାୟ ଲକଡାଉନର ୮ ଦିନପରେ ପୁରୀ ସହର ବେଶ୍ ଚଳଚଞ୍ଚଳ

ତୃତୀୟ ପର୍ଯ୍ୟାୟ ଲକଡାଉନର ୮ ଦିନପରେ ପୁରୀ ସହର ବେଶ୍ ଚଳଚଞ୍ଚଳ

334

ପୁରୀ, ୧୧/୫ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ଚଳିତ ମାସ ୪ ତାରିଖରୁ ଦେଶରେ ଲକଡାଉନର ତୃତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି। ଆଜି ତୃତୀୟ ପର୍ଯ୍ୟାୟ ୮ ଦିନରେ ପୁରୀ ସହର ବେଶ୍ ଚଳଚଂଚଳ ଥିବା ଦେଖାଯାଉଛି। ସହରରେ ଥିବା ହୋଟେଲ ରେଷ୍ଟୁରାଂଟ, ଲଜିଂ ଫାଷ୍ଟଫୁଡ ଦୋକାନ ଓ ମଦ ଦୋକାନ ଗୁଡିକ ବନ୍ଦ ଥିବା ବେଳେ ଅନ୍ୟାନ୍ୟ ଅତ୍ୟାବଶକୀୟ ପଦାର୍ଥ ବିକ୍ରି ଦୋକାନ ସମେତ ସେଲୁନ, ବ୍ୟୁଟିପାର୍ଲର, ମଟରସାଇକେଲ ସୋରୁମ, ଔଷଧ ଦୋକାନ ପେର୍ଟୋଲ ପମ୍ପ, ଲୁଗା ଦୋକାନ, ଏମ ବଜାର ଓ କୋଲକାତା ବଜାର ଭଳି ଦୋକାନ ଗୁଡିକ ମଧ୍ୟ ଖୋଲାରହିଛି। ସରକାରଙ୍କ ନିୟମଅନୁଯାୟୀ ସାମାଜିକ ଦୂରତା ରଖିବା ପାଇଁ କଡାକଡି ନିର୍ଦେଶ ରହିଥିଲେ ମଧ୍ୟ କେତେକ ସ୍ଥାନରେ ଏହାକୁ ଉଲଂଘନ କରାଯାଉଥିବା ଅଭିଯୋଗ ହେଉଛି। ପ୍ରତ୍ୟେକ ବ୍ୟବସାୟ ପ୍ରତିଷ୍ଠାନ ଦୋକାନରେ ସାନିଟାଇଜର ରଖିବା ବାଧ୍ୟତା ଥିଲେ ମଧ୍ୟ ତାହା ମଧ୍ୟ କେତେକ କ୍ଷେତ୍ରରେ ଉଲଂଘନ କରାଯାଉଥିବା ଦେଖାଯାଏ। ସହରରେ ବାଇକ ଚଳାଚଳ ଓ କାର ଚଳାଚଳ ସ୍ୱାଭାବିକ ହୋଇଥିଲେ ମଧ୍ୟ ଅଳ୍ପ ସଂଖ୍ୟକ ଅଟୋ ଓ ରିକ୍ସା ଚାଲୁଥିବା ଓ ଜଳଖିଆ ଦୋକାନ ଖୋଲିବା ନିଷେଧ ରହିଥିଲେ ମଧ୍ୟ କେତେକ ସ୍ଥାନରେ ଲୁଚା ଛପା ଭାବେ ଜଳଖିଆ ପ୍ରସ୍ତୁତ କରି ବିକ୍ରି କରୁଥିବା ଅଭିଯୋଗ ହେଉଥିବା ଦେଖାଯାଏ। ବ୍ୟବସାୟ ପ୍ରତିଷ୍ଠାନର ମାଲିକ ଓ କର୍ମଚାରୀ ମାସ୍କ ପିନ୍ଧିବା ମଧ୍ୟ ବାଧ୍ୟତାମୂଳକ କରାଯାଇଛି। ସହରରେ ଘରୁ ବାହାରକୁ ଆସୁଥିବା ଆବାଳ ବୃଦ୍ଧ ବନିତା ସମସ୍ତେ ମାସ୍କ ଲଗାଇ ବାହାରୁଥିବା ଦେଖାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.