Home Coronavirus Outbreak ପୁରୀକୁ ଫେରିଲା କରୋନା

ପୁରୀକୁ ଫେରିଲା କରୋନା

372

ପୁରୀ, ୧୧/୫ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ପୁରୀ ଜିଲାରେ ପ୍ରଥମ କରି ପିପିଲି ବ୍ଲକର ଧାନ ବହିରୀ ଗ୍ରାମର ପ୍ରଥମ କରୋନା ଚିହ୍ନଟ କରାଯାଇଥିଲା। ଉକ୍ତ ଚିହ୍ନଟ ବ୍ୟକ୍ତି ନିଜାମଉଦିନ ଫେରନ୍ତା ଥିଲେ। ସେ ଚିକିତ୍ସା ହେବା ପରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାର ଦୀର୍ଘ ଦିନ ପରେ ପୁଣି ଗତକାଲି ପୁରୀ ସହରରେ ୨ ଜଣ କରିନା ପଜେଟିଭ୍ ଙ୍କୁ ଚିହ୍ନଟ କରାଯାଇଛି। ଏମାନେ କୋଲକାତା ଫେରନ୍ତା ବୋଲି ଜଣାଯାଇଛି। ଏମାନେ କଲିକତା ରୁ ଫେରିବା ପରେ ତାଙ୍କର ରେଣୁକା ଗଳିରେ ଥିବା ନିଜସ୍ୱ ଘରେ ରହୁଥିଲେ। ତାଙ୍କର ସ୍କ୍ୱାବ ଚିହ୍ନଟ ପାଇଁ ପଠାଯାଇଥିଲା। ପରେ ଗତକାଲି ସନ୍ଦେହରେ କରୋନା ପଜେଟିଭ୍ ବୋଲି ସ୍ୱାସ୍ଥ୍ୟ ବିଭାଗ ଘୋଷଣା କରିଥିଲେ। ତାଙ୍କୁ ଚିକିତ୍ସା ନିମନ୍ତେ ଭୁବନେଶ୍ୱର କୋଭିଡ ହସପିଟାଲକୁ ପଠାଇଦିଆଯାଇଛି। ସେ ଯେଉଁ ଅଂଚଳରେ ରହୁଥିଲେ ଉକ୍ତ ଅଂଚଳକୁ ଦମକଳ ସାହାଯ୍ୟରେ ବିଶୋଧନ କରାଯାଇଛି। ଏବଂ ସେ ଯାହା ଯାହା ସହିତ ମିଶିଥିବାର ଖବର ସଂଗ୍ରହ ପରେ କେତେ ଜଣଙ୍କର ରକ୍ତନମୁନା ପରୀକ୍ଷା ପାଇଁ ପଠାଯାଇଛି। ଜିଲାପାଳ ଶ୍ରୀ ବଲଓନ୍ତ ସିଂ ଉକ୍ତ ଅଂଚଳକୁ କଟେନମେଂଟ ଜୋନ ଭାବେ ଘୋଷଣା କରିଛନ୍ତି। କେଉଁ କେଉଁ ଅଂଚଳ ଏହି କଟେନମେଂଟ ଯୋନ ରେ ଆସୁଛି ତାହାର ଏକ ସ୍କେଚ ମ୍ୟାପ ପ୍ରକାଶ କରିଛନ୍ତି। ଏହି ନିଷିଧାଂଚଳକୁ ସଂପୂର୍ଣ୍ଣ ଭାବେ ସିଲ କରାଯାଇଛି। ଏହି ୨ ଜଣଙ୍କୁ ମିଶାଇବା ପରେ ପୁରୀ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ରେ ପହଂଚିଥିଲା। ସେଥିମଧ୍ୟରୁ ଜଣେ ସୁସ୍ଥ ହୋଇ ଘରକୁ ଫେରିବା ପରେ ସଂଖ୍ୟା ୨ ରେ ରହିଛି। ପୁରୀ ଜିଲାର ଯେଉଁ ଶ୍ରମିକ ମାନେ ବାହାରେ ରହିଥିଲେ ସେମାନେ ଆସିବା ପାଇଁ ସେମାନଙ୍କର ନାମ ମଧ୍ୟ ପଞିକରଣ କରିଛନ୍ତି। ସେଥିମଧ୍ୟରୁ ପ୍ରାୟ ୧୩୭୧ ଶ୍ରମିକ ଏଠାକୁ ଫେରିଥିବା ଜଣାଯାଇଛି।ପୁରୀ ସହରର ମ୍ୟାରେନ ଡ୍ରାଇଭ ରୋଡ ଛକ ରୁ ଭୋଳାନାଥ କୁଟୀର ଛକ ଭାୟା ରେଣୁକା ଗଳି ଓ ଭୋଳାନାଥ କୁଟୀର ଛକ ଠାରୁ ମ୍ୟାରେନଡ୍ରାଇଭ ରୋଡ ଛକ ଭାୟା ମହୋଦଧି ଭବନ ଗଳି ପର୍ଯ୍ୟନ୍ତ ରାସ୍ତା କୁ ଆଜି ଠାରୁ କଂଟେନମେଂଟ ଘୋଷଣା କରାଯାଇଛି। ଅନ୍ୟ ଆଦେଶ ଆସିଲା ପର୍ଯ୍ୟନ୍ତ ଏହା ବଳବତର ରହିବ ବୋଲି ଉକ୍ତ ନିର୍ଦେଶ ନାମା‌ରେ କୁହାଯାଇଛି। ଏହି ଅଂଚଳର ବାସିନ୍ଦା ମାନେ ଏହି ନିଷିଧାଂଚଳ ଭିତରେ ନିଜ ନିଜ ଘରେ ରହିବେ ସେମାନେ ଘରୁ ବାହାରକୁ ଆସିବେ ନାହିଁ କିମ୍ବା ବାହରୁ କୌଣସି ଲୋକ ଉକ୍ତ ଅଂଚଲକୁ ଯାଇପାରିବେ ନାହିଁ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.