Home ବାଲେଶ୍ବର ରତ୍ନଭଣ୍ଡାର ଚାବି ହଜିବା ଘଟଣାକୁ ନେଇ ଦୀପଦାନ

ରତ୍ନଭଣ୍ଡାର ଚାବି ହଜିବା ଘଟଣାକୁ ନେଇ ଦୀପଦାନ

139

ଭୁବନେଶ୍ୱର ୨୮-୬ (ଓଡିଆ ପୁଅ): ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ଘଟଣା ପ୍ରତିବାଦରେ ରାଜ୍ୟ ସରକାରଙ୍କ ଅପାରଗତାକୁ ନେଇ ବାଲେଶ୍ଵର ଜିଲ୍ଲା ମହିଳା ମୋର୍ଚ୍ଚା ପକ୍ଷରୁ ଦୀପଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ କମଳା ବିନ୍ଧାଣିଙ୍କ ନେତୃତ୍ୱରେ ବିଜେପି ମହିଳା ମୋର୍ଚ୍ଚା କାର୍ଯ୍ୟକର୍ତ୍ତା ମାନେ ବାଲେଶ୍ଵର ରେମୁଣା ସ୍ଥିତ ଜଗନ୍ନାଥ ମନ୍ଦିରରେ ଦୀପଦାନ କରିଥିଲେ।ଏଥିରେ କମଳା ବିନ୍ଧାଣିଙ୍କ ସମେତ ଅନ୍ୟମାନଙ୍କ ମଧ୍ୟରେ କବିତା ମହାନ୍ତି,ବ୍ଲକ ଭାଇସ ଚେୟାରପର୍ସନ ମଞ୍ଜୁଲତା ଦାସ,ସରସ୍ୱତୀପୁର ସରପଞ୍ଚ ରଶ୍ମିରେଖା ବେହେରା,ଗେଲ୍ହାମଣି ମାରାନ୍ତେ,ରଶ୍ମିତା ସାମଲ,ମାଧବୀ ଦାସ,ସୁପ୍ରିୟା ସରକାର,ଭାରତୀ ବାରିକ ଆଦି ଅଂଶ ଗ୍ରହଣ କରିଥିଲେ।ସେହିପରି ନଗର ମହିଳା ମୋର୍ଚ୍ଚା ପକ୍ଷରୁ ମଧ୍ୟ ବାଣ୍ଠିଆ ସ୍ଥିତ ଜଗନ୍ନାଥ ମନ୍ଦିରରେ ଦୀପଦାନ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.