Home ଜିଲ୍ଲା ପରିକ୍ରମା କୋଭିଡ୍ ଯୋଦ୍ଧା ଡାକ୍ତରଙ୍କ ଅମରାତ୍ମାର ସଦ୍‌ଗତି ପାଇଁ ଦୀପଦାନ

କୋଭିଡ୍ ଯୋଦ୍ଧା ଡାକ୍ତରଙ୍କ ଅମରାତ୍ମାର ସଦ୍‌ଗତି ପାଇଁ ଦୀପଦାନ

99

ନୟାଗଡ ୨୦/୦୮ (ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) -କରୋନା ଯୁଦ୍ଧରେ ଯୋଦ୍ଧା ଭାବେ କାର୍ଯ୍ୟ କରୁୁଥିବା ନୟାଗଡ ମୁଖ୍ୟ ଚିକିତ୍ସାଳୟ ର ସ୍ତ୍ରୀ ଓ ପ୍ରସୂତୀ ବିଭାଗ ମୁଖ୍ୟ ଡାକ୍ତର ମିନକେତନ ବଳିୟାରସିଂଙ୍କ ଅମର ଆତ୍ମାର ସଦଗତି ପାଇଁ ରଣପୁର ରଘୁ-ଦିବାକର ମଣ୍ଡପରେ ଅଗଷ୍ଟ ୨୦ ତାରିଖ ସଂଧ୍ୟା ୬ଟା ୩୦ ମିନିଟ୍ ସମୟରେ ସାମୁହିକ ଦୀପଦାନ ଦିଆଯାଇଥିବା ଜଣା ପଡିଛି। ଏହି ଦୀପଦାନ ସମୟରେ ରଣପୁର ଡାକ୍ତର, ଡାକ୍ତରଖାନା କର୍ମଚାରୀ, ଆଇନ୍‌ଜିବୀ, ଗଣମାଧ୍ୟମ ପ୍ରତିନିଧି, ବୁଦ୍ଧିଜିବୀ ଓ ଯୁବନେତାମାନେ ଯୋଗ ଦେଇଥିଲେ।

ଡ. ବଳିୟାରସିଂ ରଣପୁର ସରକାରୀ ଡାକ୍ତରଖାନାରେ ଏଥିପୁର୍ବରୁ କାର୍ଯ୍ୟ କରୁଥିଲେ। ତାଙ୍କର ନିଷ୍ଠା ଓ ସ୍ପଷ୍ଟ ବାଦିତା ରଣପୁର ଜନସାଧାରଣଙ୍କୁ ଆକୃଷ୍ଟ କରିଥିଲା। କୋଭିଡ୍ ଯୋଦ୍ଧା ଭାବେ କାର୍ଯ୍ୟ କରୁଥିଲେ ମଧ୍ୟ ସେ ନିଜେ କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଥିବା ଜଣା ପଡିଛି। ତାଙ୍କ ଅମର ଆତ୍ମାର ସଦଗତି ପାଇଁ ୨ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.