Home ଓଡ଼ିଶା ରଣପୁର ଷ୍ଟେଟ୍ ବ୍ୟାଙ୍କରେ କର୍ମଚାରୀ ଅଭାବ ଯୋଗୁଁ ଗ୍ରାହକ ହନ୍ତସନ୍ତ

ରଣପୁର ଷ୍ଟେଟ୍ ବ୍ୟାଙ୍କରେ କର୍ମଚାରୀ ଅଭାବ ଯୋଗୁଁ ଗ୍ରାହକ ହନ୍ତସନ୍ତ

75

ନୟାଗଡ/୧୪/୦୨(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)-ନୟାଗଡ ଜିଲ୍ଲା ରଣପୁର ଷ୍ଟେଟ୍ ବ୍ୟାଙ୍କରେ କର୍ମଚାରୀଙ୍କ ଅଭାବ ଯୋଗୁଁ ପ୍ରତିଦିନ ଗ୍ରାହକ ମାନେ ହନ୍ତସନ୍ତ ହେଉଥିବା ଦେଖାଦେଇଛି। ଗ୍ରାହକମାନେ ଦୀର୍ଘ ସମୟ ଧରି ଲମ୍ବା ଧାଡିରେ ଠିଆ ହେବା ଯୋଗୁଁ ମୁଣ୍ଡ ବୁଲାଇ ହୋଇ ପଡିଯାଉଥିବା ଦେଖିବାକୁ ମିଳେ। ସେହିଭଳି ଏକ ଲମ୍ବା ଲାଇନ୍ ନୟାଗଡ ଜିଲ୍ଲା ରଣପୁର ଭାରତୀୟ ଷ୍ଟେଟ୍ ବ୍ୟଙ୍କ୍ ରେ ପ୍ରତିଦିନ ଦେଖିବାକୁ ମିଳେ।

କେତେବେଳେ ମହିଳା ଧାଡିରେ ଠିଆ ହୋଇ ପଡିଯାନ୍ତି ଆଉ କେତେବେଳେ ବୁଢା ବୁଢୀ। ଏ ସମ୍ପର୍କେ ରଣପୁର ଷ୍ଟେଟ୍ ବ୍ୟାଙ୍କର ମ୍ୟାନେଜରଙ୍କ କୈଳାସ ଚନ୍ଦ୍ର ନାୟକଙ୍କ ସହ ଯୋଗା ଯୋଗ କରିବାରେ କୁହନ୍ତି ବ୍ୟାଙ୍କର ଭିଡ ଦୃଷ୍ଟିରେ ଆଉ ଅଧିକ ଦୁଇଜଣ କିରାଣି ଆବଶ୍ୟକ। କର୍ମଚାରୀ ଅଭାବ ଯୋଗୁଁ ବୟସ୍କ ବୃଦ୍ଧ ବୃଦ୍ଧା ଓ ମହିଳା ମାନଙ୍କୁ ଅଧିକ ସେବା ଯୋଗାଇ ହୋଇ ପାରୁନାହିଁ। ଏଭଳି ପରିପ୍ରେକ୍ଷୀରେ ବ୍ୟାଙ୍କ୍ ସେବା ପ୍ରତି ରଣପୁରରେ ଜନସାଧାରଣଙ୍କର ବିମୁଖ ହେବା ଦେଖିବାକୁ ମିଳିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.