Home ଜିଲ୍ଲା ପରିକ୍ରମା ପଞ୍ଚାୟତ ରାଜ ବିଭାଗର ମାସିକ ସମୀକ୍ଷା ବୈଠକ ଅନୁଷ୍ଠିତ

ପଞ୍ଚାୟତ ରାଜ ବିଭାଗର ମାସିକ ସମୀକ୍ଷା ବୈଠକ ଅନୁଷ୍ଠିତ

118

ଯାଜପୁର ୧୪ା୨(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଯାଜପୁର ଜିଲ୍ଲାରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ଅବହେଳା ଓ ବିଳମ୍ୱ ଗ୍ରହଣୀୟ ନୁହେଁ। ଏହାଦ୍ୱାରା ସରକାରୀ ଅର୍ଥର ଅପଚୟ ସହ ପ୍ରକଳ୍ପଟି ହିତାଧିକାରୀଟିର ଉପକାରରେ ଆସିପାରୁ ନାହିଁ ବୋଲି ଜିଲ୍ଲାପାଳ ରଂଜନ କୁମାର ଦାସ ମତ ବ୍ୟକ୍ତ କରିଚ୍ଥନ୍ତି। ଶୁକ୍ରବାର ପୂର୍ବାହ୍ନରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ ଗୃହରେ ପଞ୍ଚାୟତ ରାଜ ବିଭାଗ ଅଧିନରେ କାର୍ଯ୍ୟକାରୀ ହେଊଥିବା ବିବିଧ ଯୋଜନାର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା।

ଏଥିରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଶ୍ରୀ ଦାସ ରାଜ୍ୟ ସରକାର ୫ଟି ଓ ମୋ ସରକାର ବ୍ୟବସ୍ଥା ଲାଗୁ କରିବା ପରେ ଆଊ କୈାଣସି କାମ ବିଳମ୍ୱ ହେବା ଗ୍ରହଣୀୟ ନୁହେଁ। ତେଣୁ ପ୍ରତ୍ୟେକ ଅଧିକାରୀ, କର୍ମଚାରୀ ନିଜ ଦାୟିତ୍ୱ ପ୍ରତି ଅଧିକ ସଚେତନ ଓ ସମ୍ୱେଦନଶୀଳ ହୋଇ ଉତ୍ତରଦାୟୀ ଭାବେ କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଥିଲେ। ଜିଲ୍ଲାରେ ଆବାସ ଯୋଜନା ନିର୍ମାଣରେ ଉନ୍ନତି ଉତ୍ସାହ ଜନକ। ତେବେ ଶୈାଚାଳୟ ନିର୍ମାଣକୁ ଅଧିକ ତ୍ୱରିତ କରିବା ଓ ପାନୀୟ ଜଳର ସମସ୍ୟାକୁ ଦୃଷ୍ଟିରେ ରଖି ପାନୀୟ ଜଳ ପ୍ରକଳ୍ପ ନିର୍ମାଣକୁ ପୂର୍ଣ୍ଣାଙ୍ଗ କରିବାକୁ ସେ ପରାମର୍ଶ ଦେଇଥିଲେ। ଲଗାତର ଭାବେ କାର୍ଯ୍ୟର ସମୀକ୍ଷା କରିବା ସହ ଯଦି କାର୍ଯ୍ୟରେ ଉନ୍ନତି ପରିଲକ୍ଷିତ ହେଉନାହିଁ। ତେବେ ସଂପୃକ୍ତ କର୍ମଚାରୀ ବା ଇଂଜିନିୟରଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳ ଶ୍ରୀ ଦାସ ପ୍ରକଳ୍ପ ନିର୍ଦ୍ଦେଶକ ଓ ବି.ଡି.ଓ. ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପୂର୍ବରୁ ନିଷ୍ପତ୍ତି ଆଧାରରେ ଚଳିତ ମାସର ୱାଲ ଅପଂ୍ ପେଂମ ବା ପ୍ରଶଂସା ପଂଳକରେ ଉଲ୍ଲେଖନୀୟ ସପଂଳତା ପାଇଁ ବି.ଡି.ଓ., ଯାଜପୁର ସୈାରଭ ଚକ୍ରବର୍ତ୍ତୀ, ବି.ଡି.ଓ., ରସୁଲପୁର ଉମାକାନ୍ତ ପରିଡା, ବି.ଡି.ଓ., ସୁକିନ୍ଦା ବିଶ୍ୱଜିତ୍ ଦାସଙ୍କ ପଂଟୋ ସ୍ଥାନୀତ କରାଯାଇଚ୍ଥି। ସେହିପରି କାର୍ଯ୍ୟରେ ନୈରାଶଜନକ ପ୍ରଦର୍ଶନ ପାଇଁ ଯାଜପୁର ବ୍ଳ୍‌କ ଭୁଇଁପୁର ଓ ବିଚିତ୍ରପୁର ପଞ୍ଚାୟତର କାର୍ଯ୍ୟ ନିର୍ବାହୀ ଅଧିକାରୀ କୀର୍ତ୍ତନ ମଲ୍ଲିକ ଓ ଦଶରଥପୁର ବ୍ଳ୍‌କ କନିକାପଡା ପଞ୍ଚାୟତର କାର୍ଯ୍ୟ ନିର୍ବାହୀ ଅଧିକାରୀ ରଶ୍ମିତା ବେହେରାଙ୍କ ନାମ ସହ ପଂଟୋଗ୍ରାପଂ ୱାଲ ଅପଂ୍ ସେମ ବା ଲଜ୍ୟା ପଂଳକରେ ସ୍ଥାନୀତ ହୋଇଚ୍ଥି। ଦୁଇଥର ଯଦି ଲଜ୍ୟା ପଂଳକରେ ଜଣେ ଅଧିକାରୀ ବା କର୍ମଚାରୀଙ୍କ ନାମ ରହିବ ତେବେ ତାଙ୍କୁ କାରଣ ଦର୍ଶାଅ ନୋଟିସ ଏବଂ ୬ ଥର ରହିଲେ ତାଙ୍କ ବିରୁଦ୍ଧରେ ପ୍ରୋସିଡିଂ କରାଯିବ ବୋଲି ଜିଲ୍ଲାପାଳ ସ୍ପଷ୍ଟ କରିଦେଇଚ୍ଥନ୍ତି। ଆବଶ୍ୟକ ହେଲେ ୫ଟି ଆଧାରରେ ସେମାନଙ୍କୁ ଚାକିରିରୁ ବାଧ୍ୟତାମ୍ଥଳକ ଅବସର ଦିଆଯାଇପାରେ। ସାଧାରଣ ଲୋକ ମାନଙ୍କ ଅର୍ଥରୁ ଦରମା ପାଉଥିବା କର୍ମଚାରୀଟି ଯଦି ସନ୍ତୋଷଜନକ ଭାବେ କାର୍ଯ୍ୟ ନକରୁଚ୍ଥି ତେବେ ସେହି ପଦରେ ରହିବାର ଅଧିକାର ସେ ହରାଇବ ବୋଲି ଜିଲ୍ଲାପାଳ ସତର୍କ କରାଇ ଦେଇଚ୍ଥନ୍ତି। ଏହି ସମୀକ୍ଷା ବୈଠକରେ ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ କାର୍ଯ୍ୟସୂଚୀ ଅନୁସାରେ ସମୀକ୍ଷା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ପଞ୍ଚାୟତ ଅଧିକାରୀ ଅଶୋକ କୁମାର ସେଠୀ, ଜଳ ପରିମଳ ନିର୍ବାହୀ ଅଧିକାରୀ ଅମୀୟ ପରିଜା, ଏ.ପି.ଡି. ସୋହନା ବେଗମ୍‌, ମଧୁମିତା ପୃଷ୍ଟି, ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର ସଂଯୋଜକ ଚିନ୍ମୟ ସିଂ, ଜୀବିକା ମିଶନର ଡି.ପି.ଏମ୍‌. ବନଜ ମାହାରି ପ୍ରମୁଖ ଯୋଗ ଦେଇଥିଲେ। ଏଥିରେ ସମସ୍ତ ବି.ଡି.ଓ., ଯନ୍ତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.