Home ଓଡ଼ିଶା ରଣପୁର ରେ ବର୍ଷାନାହିଁ ହୋଇପାରୁନି ରୁଆ ବିହୁଡା

ରଣପୁର ରେ ବର୍ଷାନାହିଁ ହୋଇପାରୁନି ରୁଆ ବିହୁଡା

74

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୦୯/୦୭-ରାଜ୍ୟରେ ମୌସୁମୀ ସକ୍ରିୟ ଥିବା ବୋଲି ପାଣିପାଗ ବିଭାଗ କହୁଥିଲା ବେଳେ ନୟାଗଡ ଜିଲ୍ଲା ରଣପୁର ଅଂଚଳରେ ବର୍ଷାର ଅଭାବ ଦେଖା ଦେଇଛି । ଯାହା ଫଳରେ ଜମି ରୁଆ ବିହୁଡା ହୋଇ ପାରୁନି । ଚାଷୀ କୋଭିଡ୍‌-୧୯ ସମୟରେ କାମଧନ୍ଦା ପାଉନଥିବା ବେଳେ ବର୍ଷାର ଅଭାବ ଚାଷୀର ମେରୁଦଣ୍ଡକୁ ଦୋହଲାଇ ଦେଇଛି । ଚାଷୀମାନେ ନୁତନ ବର୍ଷର ଚାଷ ଆରମ୍ଭ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରି ଜମିରେ ଖତସାର ଦେଇ ବର୍ଷାକୁ ଅପେକ୍ଷା କରି ରହିଛି ।

ଆଗାମୀ ବର୍ଷ ଚାଷ ପାଇଁ ଚାଷୀ ମଧ୍ୟ ବିଭିନ୍ନ ବ୍ୟାଙ୍କ ସହ ଗାଁ ସାହୁକାର ଓ ସ୍ୱୟଂ ସହାୟିକା ଗୋଷ୍ଠୀରୁ ଋଣ ଉଠାଣ କରି ସାରିଛି । ଚାଷୀର ଚଳିତ ବର୍ଷ ଚାଷ ଆରମ୍ଭ ହେବା ପୁର୍ବରୁ ବର୍ଷା କମ୍ ହେବାରୁ ମରୁଡିର ଆଶଙ୍କାରେ ଚାଷୀ ହତାଶ ହୋଇ ପଡିଛି । ବର୍ଷା କମ୍ ଯୋଗୁଁ ଧାନ ଫସଲ ଆଉ ହେବାର ସମ୍ବାବନା କମିଯାଇଛି । ତେଣୁ ସରକାର ଚାଷୀମାନଙ୍କ ପାଇଁ ଧାନ ବ୍ୟତିରକେ ଅନ୍ନ ବିହନ ଯୋଗାଇଲେ ଚାଷୀମାନେ ଉପକୃତ ହୋଇପାରିବେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.