Home ଓଡ଼ିଶା ରଣପୁର ରେ ଜିଲ୍ଲା ପ୍ରଶାସନ ତରଫରୁ କଟକଣା ଜାରି

ରଣପୁର ରେ ଜିଲ୍ଲା ପ୍ରଶାସନ ତରଫରୁ କଟକଣା ଜାରି

24

ନୟାଗଡ /୨୯/୧୧(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ନୟାଗଡ ଜିଲ୍ଲା ରଣପୁର ଅଂଚଳରେ ପ୍ରତି ବର୍ଷ କାର୍ତ୍ତିକ ପୁର୍ଣ୍ଣମୀ ସକାଳୁ ନଦୀ ଘାଟ , ସାଗର ପୁଷ୍କରିଣୀ, ଚନ୍ଦନ ପୁଷ୍କରିଣୀ ଆଦି ସବୁ ପୁଷ୍କରିଣୀ ମାନଙ୍କ ରେ ଡଙ୍ଗା ଭସାଇବା ପାଇଁ ପ୍ରବଳ ଭିଡ ଜମିଥାଏ । ପରେ ପରେ ରଣପୁର ଜଗନ୍ନାଥ ମନ୍ଦିର , ବାବା ସ୍ୱପ୍ନେଶ୍ୱର,  ବାବା ଚଣ୍ଡେଶ୍ୱର, କମଳେଶ୍ୱର, ପଞ୍ଚୁ ମହାଦେବ ଗାଁ ଗାଁ ରେ ଥିବା ଶୈବ ପୀଠ ଓ ମଠ ମାନଙ୍କ ରେ ଶ୍ରଦ୍ଧାଳୁ ଭକ୍ତ ମାନଙ୍କର ହଜାର ହଜାର ସଂଖ୍ୟକ ଭିଡ ଜମିଥାଏ । ଯାହାକୁ ନେଇ ପୋଲିସ ପ୍ରଶାସନ ନାକେଦମ୍ ହେବାକୁ ପଡିଥାଏ । ଚଳିତ ବର୍ଷ କରୋନା ସଂକ୍ରମଣ ର ଦ୍ୱିତୀୟ ପର୍ଯ୍ୟାୟ ଆଶଙ୍କା କରି ଭିଡ କମାଇବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ କୋଭିଡ କଟକଣା ଲାଗୁ କରାଯାଇଥିବା ଜଣାପଡିଛି । ଭିଡ ହେବାକୁ ଥିବା ସ୍ଥାନ ଗୁଡିକୁ ନିଷିଧାଂଚଳ ଘୋଷଣା କରାଯାଇଛି ।

ରଣପୁର ତହସିଲଦାର ସଞ୍ଜୟ କୁମାର ସାମନ୍ତରାୟ, ରଣପୁର ଥାନା ଇନିସ୍ପେକ୍ଟର ଜ୍ୟୋତି ପ୍ରକାଶ ପଣ୍ଡା, ସବ୍ ଇନିସ୍ପେକ୍ଟର ପ୍ରିତି ପ୍ରକାଶ ମହାନ୍ତି, ଚାନ୍ଦପୁର ଥାନା ଇନିସ୍ପେକ୍ଟର ରଶ୍ମି ରଞ୍ଜନ ଦାସ ଓ ପୋଲିସ କର୍ମଚାରୀ ମାନେ ବିଭିନ୍ନ ମନ୍ଦିର ନିକଟ ଓ ବଜାର ଆଦି ଅଂଚଳ ବୁଲି ପ୍ରଶାସନର କଟକଣା କୁ ଡାକବାଜି ଯନ୍ତ୍ର ଯୋଗେ ଜଣାଇଥିଲେ । ଅପରାହ୍ନ ରେ ଡାକବଜି ଯନ୍ତ୍ର ଯୋଗେ ପ୍ରଚାର ପ୍ରସାର କରାଯାଇଥିଲା । ଯଦି କୈଣସି ବ୍ୟକ୍ତି ଅମାନିୟା ହୁଅନ୍ତି କୋଭିଡ ଆଇନ ବଳରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହା ଫଳରେ ରଣପୁର ଥାନା ଓ ଚାନ୍ଦପୁର ଥାନା ଅଂଚଳରେ ଜନ ସଚେତନତା ସୃଷ୍ଟି ହୋଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.