Home Top News ଏ ସୋଲଜର୍ ଇଜ୍ ନେଭର୍ ଅଫ୍ ଡ୍ୟୁଟି: ଓଏସଏପି ଯବାନଙ୍କ ସାହାସିକତା; ଡକାୟତି ଉଦ୍ୟମକୁ କଲେ...

ଏ ସୋଲଜର୍ ଇଜ୍ ନେଭର୍ ଅଫ୍ ଡ୍ୟୁଟି: ଓଏସଏପି ଯବାନଙ୍କ ସାହାସିକତା; ଡକାୟତି ଉଦ୍ୟମକୁ କଲେ ପଣ୍ଡ

72

ଭୁବନେଶ୍ୱର: ବଲିଉଡ୍ ଆକ୍ଟର୍ ଅକ୍ଷୟ କୁମାରଙ୍କର ଏକ ଫିଲ୍ମ ଆସିଥିଲା, ଯେଉଁଥିରେ ଛୁଟିରେ ଆସିଥିବା ଜଣେ ଯବାନ୍ ନିଜ ଜୀବନକୁ ବାଜି ଲଗାଇ କିଛି ଆତଙ୍କବାଦୀଙ୍କୁ କରିଥିଲେ ନିପାତ। ଦେଶରେ ଘଟିବାକୁ ଯାଉଥିବା ଏକ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ଉଦ୍ୟମକୁ କରିଥିଲେ ପଣ୍ଡ। ଫିଲ୍ମଟିର ନାମ ଥିଲା, “ହଲିଡେ- ଏ’ ସୋଲଜର୍ ଇଜ୍ ନେଭର୍ ଅଫ୍ ଡ୍ୟୁଟି”। ତେବେ, ତାହା ତ’ ଥିଲା ରିଲ୍ ଲାଇଫର ଜଣେ ହିରୋଙ୍କ କାହାଣୀ। କିନ୍ତୁ, ରିଅଲ୍ ଲାଇଫରେ ଆମ ଓଡ଼ିଶାରେ ଏପରି ଏକ ଘଟଣା ଘଟିଛି। ରିଅଲ୍ ଲାଇଫରେ ହିରୋ ସାଜିଛନ୍ତି ଜଣେ ଓଏସଏପି ଓଡ଼ିଆ ଯବାନ୍। ଗପ ନୁହେଁ ଏହା ସତ।

ଗତ ୨୭ ତାରିଖ ସନ୍ଧ୍ୟାରେ ଭୁବନ ଥାନା ଅଧୀନରେ ଥିବା ନୀଳକଣ୍ଠପୁର ନିକଟରେ କେତେକ ଅପରାଧୀ ଏକ ବସକୁ ପିଛା କରି କିଛି ମନ୍ଦ ଉଦ୍ଦେଶ୍ୟ ପାଇଁ ଉଦ୍ୟମ କରିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ପିସ୍ତଲ ସହିତ ଗାଡ଼ି ଅଟକାଇ ବସ୍ ଭିତରକୁ ପ୍ରବେଶ କରିଥିଲେ ଏବଂ ଅନ୍ୟମାନେ ତଳେ ରହିଥିଲେ। ଏହା ଭିତରେ ଜଣେ ଓଏସଏପି ଯବାନ ହିମାଂଶୁ ଶେଖର ପାତ୍ର ଯିଏକି ଛୁଟି ନେଇ ସେହି ବସରେ ଯାତ୍ରା କରୁଥିଲେ ସେ ତାଙ୍କ ଦୃଷ୍ଟାନ୍ତ ମୂଳକ ସାହାସିକତା ପ୍ରଦର୍ଶନ ସ୍ୱରୂପ ଅପରାଧୀକୁ କାବୁ କରି ତାଙ୍କଠାରୁ ପିସ୍ତଲକୁ ଛଡ଼ାଇ ନେଇଥିଲେ। ତେବେ, ତଦନ୍ତ ପରେ ଜଣାପଡ଼ିଥିଲା ଯେ ବନ୍ଧୁକଟି ଏକ ନକଲି ବନ୍ଧୁକ ଥିଲା। କିନ୍ତୁ, ଅବିକଳ ଅସଲି ପରି ଦେଖା ଯାଉଥିଲା। ଏହାର ଓଜନ ଏବଂ ଗଠନ ଅବିକଳ ଅସଲି ବନ୍ଧୁକ ପରି ଜଣାପଡ଼ୁଥିଲା। ସିପାହୀ ହିମାଂଶୁ ଶେଖର ପାତ୍ରଙ୍କ ଏହି ଅପୂର୍ବ ସାହାସିକତା ପାଇଁ ଆରକ୍ଷୀ ମହାନିର୍ଦେଶକ ଅଭୟ ସନ୍ତୋଷ ବ୍ୟକ୍ତ କରିବା ସହ ତାଙ୍କୁ ଚା’ ପାନ ପାଇଁ ନିଜ କାର୍ଯ୍ୟାଳୟକୁ ଆମନ୍ତ୍ରଣ କରିଥିଲେ। ଏହି ସାକ୍ଷାତ ସମୟରେ ଡିଜି ତାଙ୍କୁ “ଡିଜିପି ଡିସ୍କ” ସମ୍ମାନରେ ସମ୍ମାନୀତ କରାଯିବ ବୋଲି ସୂଚନା ଦେଇଛନ୍ତି। ଓଡ଼ିଶା ପୁଲିସର ଏହି ସାହସୀ ସୈନିକ ଯିଏ କି କେବଳ କର୍ତ୍ତବ୍ୟରତ ସମୟରେ ନୁହେଁ ଛୁଟିରେ ଥିବା ବେଳେ ମଧ୍ୟ ତାଙ୍କର ଶ୍ରେଷ୍ଠତା ଓ ପ୍ରତିବଦ୍ଧତା ପ୍ରଦର୍ଶନ କରି ଓଡ଼ିଶା ପୁଲିସକୁ ଗର୍ବିତ କରିଛନ୍ତି। ବାସ୍ତବରେ ହିମାଂଶୁ ଶେଖର ପ୍ରମାଣ କରିଛନ୍ତି “ଏ ସୋଲଜର୍ ଇଜ୍ ନେଭର୍ ଅଫ୍ ଡ୍ୟୁଟି”। କେବଳ ଯେ ଓଡ଼ିଶା ପୋଲିସ ନୁହେଁ ସାରା ଓଡ଼ିଶା ଆଜି ତାଙ୍କ ପାଇଁ ଗର୍ବିତ। ଜୟ ହିନ୍ଦ୍।
/- ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.