Home ଓଡ଼ିଶା ରଣପୁର ରେ ଘନ ଘନ ବିଦ୍ୟୁତ୍ କାଟ୍  ନେଇ ବଢୁଛି ଜନ  ଅସନ୍ତୋଷ

ରଣପୁର ରେ ଘନ ଘନ ବିଦ୍ୟୁତ୍ କାଟ୍  ନେଇ ବଢୁଛି ଜନ  ଅସନ୍ତୋଷ

60

ରଣପୁର(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୦୭/୧୦- ରାଜ୍ୟ ସରକାର ବିଦ୍ୟୁତ୍ ପରିବଣ୍ଟନ ରେ ସୁଧାର ଆଣିବା ପାଇଁ ଘରୋଇ କରଣ ପରେ ଘରୋଇ କରଣ କରି ଚାଲିଛନ୍ତି । କିନ୍ତୁ ମୋତେ ଯେତେ ମାଠିବୁ ମାଠ୍ ମୁଁ ସେଇ ଦରପୋଡା କାଠ୍ ନିତୀ ରେ ଚାଲିଛି  ବିଜୁଳି ପରିବଣ୍ଟନ  ।  ଟାଟା କମ୍ପାନୀ ବିଦ୍ୟୁତ୍ ପରିବଣ୍ଟନ ଦାୟିତ୍ୱ ନେଲା ପରେ ରଣପୁର ଅଂଚଳ ରେ ଘନ ଘନ ବିଦ୍ୟୁତ୍ କାଟ୍ ଚାଲୁଛି । ଯାହାଫଳ ରେ ଉପଭୋକ୍ତା ମାନେ କହିବାକୁ ଲାଗିଲେଣି ବିଜୁଳୁ ଗଲାଣି ହୁଗୁଳି । ଘନ ଘନ ବିଦ୍ୟୁତ୍ କାଟ୍ ଯୋଗୁ ଜନ ଜୀବନ ଅସ୍ତବ୍ୟସ୍ତ ସହ ବ୍ୟବସାୟିକ ପ୍ରତିଷ୍ଠାନ ଠାରୁ ଆରମ୍ଭ କରି  ସରକାରୀ କାର୍ଯ୍ୟାଳୟ ପର୍ଯ୍ୟନ୍ତ ପ୍ରାୟ କାର୍ଯ୍ୟ ଠପ୍ ହୋଇପଡୁଛି । ବିଜୁଳି ବ୍ୟବସ୍ଥା କେଉଁଠି ବିଦ୍ୟୁତ୍ ତାର ଝୁଲି ରହିଛି ତ ଆଉ କେଉଁଠି ବିଦ୍ୟୁତ୍ ଖୁଣ୍ଟ ଶୋଇପଡୁଛି । ରକ୍ଷଣା ବେକ୍ଷଣ ଘୋର ଅଭାବ ଦେଖାଦେଇଛି ।

ରଣପୁର ବିଦ୍ୟୁତ୍ ପରିବଣ୍ଟନ କାର୍ଯ୍ୟାଳୟ ସୁରକ୍ଷା ବ୍ୟବସ୍ଥା ଦେଖିଲେ ବୁଝି ପାରିବେ କଣ ଚାଲିଛି । ଅଗ୍ନୀ ନିର୍ବାପକ ଯନ୍ତ୍ର ଓ ବ୍ୟବସ୍ଥା କଥା ନକହିବା ଭଲ । ଏଭଳି ଅସୁରକ୍ଷିତ ସ୍ଥିତି ରେ କର୍ମଚାରୀ ମାନେ କାର୍ଯ୍ୟ କରୁଛନ୍ତି । ଏ ସର୍ମ୍ପକେ ରଣପୁର ବିଦ୍ୟୁତ୍ ପରିବଣ୍ଟନ ପରିଚାଳକ ବିକାଶ କୁମାର ସେନାପତିଙ୍କୁ ଯୋଗାଯୋଗ କରିବାରେ କୁହନ୍ତି ଯେ ବିଦ୍ୟୁତ୍ ପରିବଣ୍ଟନ ରେ ଲାଗିଥିବା ଯନ୍ତ୍ରାଶଂ ବହୁ ପୁରୁଣା ଓ ୫୦ କିଲୋ ମିଟର ବ୍ୟାପି ବିଦ୍ୟୁତ୍ ପରିବଣ୍ଟନ ରେ ବାଧକ ସାଜୁଛି ବୃକ୍ଷଲତା ।  ତେଣୁ ମାସକରେ ୩ ଦିନ ବିଦ୍ୟୁତ୍ କାଟ୍ ହେଉଛି । ବିଦ୍ୟୁତ୍  ପରିବଣ୍ଟନ ରେ ସୁଧାର ଆସୁଛି ।  କିନ୍ତୁ ଉପଭୋକ୍ତା ମାନେ କୁହନ୍ତି ଯଥା ପୁର୍ବ ତଥା ପର ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.