Home ଓଡ଼ିଶା ମିଳୁନି ପଡିପତ୍ର ଅର୍ଦ୍ଧାହାର ରେ ପରିବାର

ମିଳୁନି ପଡିପତ୍ର ଅର୍ଦ୍ଧାହାର ରେ ପରିବାର

44

ରଣପୁର(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୦୭/୧୦- ରାଜ୍ୟ ସରକାର ଓ କେନ୍ଦ୍ର ସରକାର କାହାକୁ ଖାଦ୍ୟ ବିନା ମରିବାକୁ ଦିଆଯିବ ନାହିଁ ବୋଲି ଖାଦ୍ୟ ସୁରକ୍ଷା ଆଇନ୍ ଆଣିଛନ୍ତି । କିନ୍ତୁ ବାସ୍ତବ ରେ ଧନୀ ଲୋକମାନେ ଖାଦ୍ୟ ସୁରକ୍ଷା ଆଇନ ରେ ପଡିପତ୍ର ପାଇ ସୁବିଧା ହାସଲ କରୁଥିବା ବେଳେ ନିରୀହ ଭୂମିହୀନ ପରିବାର  ଖାଦ୍ୟ ସୁରକ୍ଷା ଆଇନ ରୁ ବଂଚିତ ହୋଇ ଅର୍ଦ୍ଧାହାର ରେ ଜୀବନ ବିତାଉଥିବା  ଜଣାପଡିଛି  । ଏଭଳି ଘଟଣା ଦେଖିବାକୁ ମିଳୁଛି ନୟାଗଡ ଜିଲ୍ଲା ରଣପୁର ବ୍ଲକ ଜଙ୍କିଆ ଗ୍ରାମ ପଞ୍ଚାୟତ ରେ । ଜଙ୍କିଆ ଗ୍ରାମ ର ଅନି ମାଝି ଓ ଟୁନା ମାଝି ଙ୍କ ର ୫ ପ୍ରାଣୀ କୁଟୁମ୍ବ ଅର୍ଦ୍ଧାହାର ରେ ଜୀବନ ବିତାଉଛନ୍ତି । ରଣପୁର ବ୍ଲକ ରେ ପଡିପତ୍ର ପାଇଁ ଆବେଦନ କରି ଦଉଡି ଦଉଡି ନିରାଶ ହୋଇ ରହିଛନ୍ତି ।

ଭୁମିହୀନ ଟୁନା ମାଝି ଙ୍କର ଚାଷ ଜମୀ କହିଲେ ମାତ୍ର ୨୫ ଡିସିମିଲ୍‌  ପଡିଆ ରହିଅଛି । ପ୍ରକୃତ ରେ ଖାଦ୍ୟ ସୁରକ୍ଷା ଆଇନ ରେ ଗୋଟିଏ ଯୋଗ୍ୟ ହୀତାଧିକାରୀ ପରିବାର । ଏ ସର୍ମ୍ପକେ  ରଣପୁର ବ୍ଲକ ଯୋଗାଣ ଅଧିକାରୀ ଚନ୍ଦ୍ର ଶେଖର ନାହାକ ଙ୍କୁ ଯୋଗାଯୋଗ କରିବା ରେ ସେ ଫୋନ୍ ଉଠାଇ ନଥିଲେ । ତେଣୁ ନୟାଗଡ ଜିଲ୍ଲା ଅତିରିକ୍ତ ଯୋଗାଣ ଅଧିକାରୀ ଜୟନ୍ତ କୁମାର ଦାସ ଙ୍କୁ ଯୋଗାଯୋଗ କରିବାରେ କହିଥିଲେ ଯେ ୨ ମାସ ପାଇଁ ୱେବ୍‌ସାଇଟ୍‌  ବନ୍ଦ ଅଛି । ୨ ମାସ ପରେ ୱେବ୍‌ସାଇଟ୍ ଖୋଲିଲେ ଯାହାହବ । ଜନସାଧାରଣ ରେ ପ୍ରଶ୍ନ ଉଠୁଛି କିପରି ଅର୍ଦ୍ଧାହାର ପରିବାର କୁ ଖାଦ୍ୟ ସୁରକ୍ଷା ମିଳିବ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.