Home ଓଡ଼ିଶା ରଣପୁର ରେ କୋଭିଡ୍ ନିୟମ କଡାକଡି – ଅମାନିଆଙ୍କଠାରୁ ୨୫ହଜାର ଟଙ୍କା ତଣ୍ଡ ଆଦାୟ

ରଣପୁର ରେ କୋଭିଡ୍ ନିୟମ କଡାକଡି – ଅମାନିଆଙ୍କଠାରୁ ୨୫ହଜାର ଟଙ୍କା ତଣ୍ଡ ଆଦାୟ

82

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧୩/୦୭-ନୟାଗଡ ଜିଲ୍ଲା ରଣପୁର ଅଂଚଳରେ ସ୍ଥାନୀୟ ସଂକ୍ରମଣ ବଢିବା ପରେ ପ୍ରଶାସନ ତରଫରୁ କୋଭିଡ୍‌-୧୯ ନିୟମକୁ କଡାକଡି ଭାବେ ଧରା ଯାଉଛି । କୋଭିଡ୍‌-୧୯ ନିୟମ ଭାଙ୍ଗୁଥିବା ଅମାନିଆ ଲୋକମାନଙ୍କଠାରୁ ଜୋରିମାନା ଆକାରରେ ତଣ୍ଡ ଆଦାୟ କରାଯାଉଛି । ଜୁଲାଇ ୧୩ ତାରିଖ ରେ ରଣପୁର ତହସିଲ୍‌ଦାର ସଂଜୟ କୁମାର ସାମନ୍ତରାୟ ଓ ରଣପୁର ଥାନା ଇନିସ୍‌ପେକ୍ଟର ରଶ୍ମିରଂଜନ ଦାଶ ମିଳିତ ସ୍କ୍ୱାର୍ଡ ବିଭିନ୍ନ ଯାଗାରେ ଚଢାଉ ଜାରି ରଖିଛନ୍ତି । ଦର୍ପନାରାୟଣପୁର ଫାଣ୍ଡି ନିକଟ ଗୋପିନାଥପୁର ଏକ ବିଭାଘର ଉପରେ ଚଢାଉ କରିଥିବା ଜଣା ପଡିଛି । ବିନା ପରମିଶନ୍ ରେ କୋଭିଡ୍‌-୧୯ ନିୟମ ଭାଙ୍ଗି ଶତାଧିକ ଲୋକଙ୍କୁ ଠୁଳ କରାଯାଇଥିବାରୁ ୧୦ହଜାର ଟଙ୍କା ଜୋରିମାନା ଆକାରରେ ତଣ୍ଡ ଗଣିଥିବା ଜଣା ପଡିଛି ।

ଦିନ ୨ଟା ପରେ ରଣପୁର ମେଡିକାଲ ରୋଡ୍‌, ଦର୍ପନାରାୟଣପୁର ରେ ଦୋକାନ ଖୋଲି ବ୍ୟବସାୟ କରୁଥିବା ଓ ମାସ୍କ ନ ପିନ୍ଧି ଅମାନିଆ ଭାବେ ବୁଲୁଥିବା ବ୍ୟକ୍ତିମାନେ ୧୫ହଜାର ଟଙ୍କା ତଣ୍ଡ ଗଣିଥିବା ଜଣା ପଡିଛି । ଖବର ଲେଖାହେଲା ପର୍ଯ୍ୟନ୍ତ ସମୁଦାୟ ୨୫ହଜାର ଟଙ୍କା ତଣ୍ଡ ଆକାରରେ ଜୋରିମାନା ଆଦାୟ ହୋଇଥିବା ରଣପୁର ଥାନା ଇନିସ୍‌ପେକ୍ଟର ରଶ୍ମିରଂଜନ ଦାଶ କହିଛନ୍ତି । ଏ ସମ୍ପର୍କେ ରଣପୁର ଥାନା କେସ୍ ନଂ-୨୦୪/୨୦୨୦ ଅମାନିଆଙ୍କ ନାମରେ ଋଜୁ ହେବାସହ ଅଧିକ ତଦନ୍ତ ଜାରି ରହିଥିବା ରଣପୁର ଥାନା ଇନିସ୍‌ପେକ୍ଟର ଗଣମାଧ୍ୟମକୁ ସୁଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.