Home ଓଡ଼ିଶା ଭୁତକୋଠୀ ପାଲଟିଛି ପାନୀୟ ଜଳ ପ୍ରକଳ୍ପ

ଭୁତକୋଠୀ ପାଲଟିଛି ପାନୀୟ ଜଳ ପ୍ରକଳ୍ପ

82

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧୩/୦୭-ସରକାର ସାଧାରଣ ଜନତାଙ୍କୁ ଶୁଦ୍ଧ ପାନୀୟ ଜଳ ଯୋଗାଇବା ପାଇଁ ସବୁ ପଂଚାୟତରେ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କରିଛନ୍ତି । ହେଲେ କେତେକ ଯାଗାରେ ପ୍ରଶାସନିକ ଇଛା ଶକ୍ତିର ଅଭାବ ଯୋଗୁୁଁ ପାନୀୟ ଜଳ ପ୍ରକଳ୍ପ ଗୁଡିକ ଭୁତକୋଠୀ ହୋଇ ଠିଆ ହୋଇ ରହିଛି । ଲୋକମାନେ ଶୁଦ୍ଧ ପାନୀୟ ଜଳ ପାଇବାରୁ ବଂଚିତ ହେଉଛନ୍ତି । ସେହିଭଳି ଏକ ଘଟଣା ଦେଖିବାକୁ ମିଳିଛି ନୟାଗଡ ଜିଲ୍ଲା ରଣପୁର ବ୍ଲକ୍ ବ୍ରଜରାଜପୁର ଗ୍ରାମ ପଂଚାୟତ ଲତାର ପାନୀୟ ଜଳ ପ୍ରକଳ୍ପରେ । ୧୮୦ ଗୋଟି ପରିବାର ଏହି ପ୍ରକଳ୍ପରୁ ପାନୀୟ ଜଳ ପାଇବା ପାଇଁ ଆଶା କରି ରହିଛନ୍ତି ।  କିନ୍ତୁ ୨୦୧୦ ମସିହାରେ ଲତାର ଗ୍ରାମ ମୁଣ୍ଡରେ ଓଭର୍ ହେଡ୍ ଟ୍ୟାଙ୍କର ନିର୍ମାଣ କରାଗଲା । ଚାରି ବର୍ଷ ବିତିଗଲା ମନ୍ଦାକିନୀ ନଦୀ ଭିତରେ ଏକ ବୋରିଙ୍ଗ କୂପ ଖନନ କରାଗଲା । ତା ପରେ ତିନି ବର୍ଷ ପରେ ଟ୍ରାନ୍ସଫର୍ମର ବସାଇ ଦିଆଗଲା । ପୁଣି ଦୁଇ ବର୍ଷ ବିତିଲା ଓଭର୍ ହେଡ୍ ଟ୍ୟାଙ୍କ ତଳେ ଏକ ଟ୍ୟାଙ୍କର ନିର୍ମାଣ କରାଗଲା । ଏବେ ଦୁଇ ବର୍ଷ ବିତିଲାଣି ଗ୍ରାମକୁ ଶୁଦ୍ଧ ପାନୀୟ ପାଇପ୍ ଜଳ ଯୋଗାଣ ହୋଇପାରୁନାହିଁ  ।

ଗ୍ରାମବାସୀଙ୍କ ତରଫରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଏ ସମ୍ପର୍କେ ଟୁଇଟ୍ କରି ଜଣାଗଲା । ତା ପରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ଗ୍ରାମବାସୀଙ୍କୁ କହିଲେ ଯେ ଏକମାସ ମଧ୍ୟରେ ମାନୀୟ ଜଳ ଯୋଗାଯିବ । ଏବେ ୬ମାସ ବିତିଲାଣି ଗ୍ରାମବାସୀ ପାନୀୟ ଜଳ ପାଇବାରୁ ବଂଚିତ । ଏ ସମ୍ପର୍କେ ରଣପୁର ଗ୍ରାମ୍ୟ ଜଳ ଯୋଗାଣ ବିଭାଗର କନିଷ୍ଠ ଯନ୍ତ୍ରୀ ସୁବାଷ ଚନ୍ଦ୍ର ମହାନ୍ତିଙ୍କ ସହ ଯୋଗା ଯୋଗ କରିବା ପରେ କୁହନ୍ତି ଯେ ସମସ୍ତ କାର୍ଯ୍ୟ ସରିଯାଇଛି କେବଳ ବିଦ୍ୟୁତ୍ ଟ୍ରାନ୍ସଫର୍ମର୍ ବସିବାକୁ ବାକିଅଛି । ପୁର୍ବରୁ ବିଦ୍ୟୁତ୍ ତାର ଟଣା ଯାଇଥିଲା ଚୋରିହେବା ପରେ ପୁର୍ନବାର ତାର ଟଣା ଯାଇଅଛି । ବିଦ୍ୟୁତ୍ ସଂଯୋଗ ହେଲା ପରେ ଗ୍ରାମକୁ ଜଳ ଯୋଗାଣ ହୋଇ ପାରିବ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.