Home କେନ୍ଦୁଝର ଭାରସାମ୍ୟ ହରାଇ ଟ୍ରକ ଦୁର୍ଘଟଣାଗ୍ରସ୍ଥ, ହେଲପର ମୃତ

ଭାରସାମ୍ୟ ହରାଇ ଟ୍ରକ ଦୁର୍ଘଟଣାଗ୍ରସ୍ଥ, ହେଲପର ମୃତ

181

।। ଯୋଡା, ୧୩/୦୭ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ଯୋଡା ବ୍ଲକ ଅନ୍ତର୍ଗତ ଦେଓଝର ପଞ୍ଚାୟତର ମୁର୍ଗାବେଡା ଠାରେ ଏକ ଲୁହାପଥର ବୋଝେଇ ଟ୍ରକ ନଂ. ଓଡି-୦୯ଜି-୮୪୨୧ ଭାରସାମ୍ୟ ହରାଇ ବିଲ ଭିତରକୁ ପଶି ଏକ ଗଛରେ ବାଡେଇ ହୋଇଯିବା ଫଳରେ ଗାଡିର ହେଲପର ଦିନେଶ ଚୌଧୁରୀ(୩୪)ଙ୍କର ମୃତ୍ୟୁ ଘଟିଛି । ଘଟଣାରୁ ପ୍ରକାଶ ସାରଦା ଖଣିରୁ ଲିହାପଥର ନେଇ ୩ନଂ ଘାଟିରୁ ଓହ୍ଲାଉଥିବା ବେଳେ ରାସ୍ତା ମଝିରେ ବ୍ରେକ ଫେଲ ହେବାରୁ ଟ୍ରକଟି ଭାରସାମ୍ୟ ହରାଇ ବିଲ ଭିତରକୁ ପଶିଯିବା ସମୟରେ ଟ୍ରକ କାବଟ ଖୋଲି ହେଲପରଟି ତଳକୁ ଡେଇଁପଡିଥିଲେ ଫଳରେ ଟ୍ରକଟି ତାଙ୍କ ଉପରେ ଚଢିଯାଇଥିଲା ଏବଂ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଗାଡିଟିକୁ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖି ମୃତ ଦେହ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇଛନ୍ତି । ପୁଲିସ ସୂତ୍ରରୁ ଜଣାପଡିଛି ଯେ, ମୃତକ ହେଲପର ର ଘର ଝରଖଣ୍ଡସ୍ଥିତ ଜାମସେଦପୁରରେ ବୋଲି ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.