Home କେନ୍ଦୁଝର କଳହ ତୁଟାଇବାକୁ ଯାଇ ବଳିପଡିଲେ ଦୈତାରୀ, ଶାଳକଣିଆରେ ଉତ୍ତେଜନା, ବ୍ୟାପକ ପୁଲିସ ମୃତୟନ

କଳହ ତୁଟାଇବାକୁ ଯାଇ ବଳିପଡିଲେ ଦୈତାରୀ, ଶାଳକଣିଆରେ ଉତ୍ତେଜନା, ବ୍ୟାପକ ପୁଲିସ ମୃତୟନ

134

ହାଟଡ଼ିହି, ୨୬ /୬/ : (ଓଡିଆପୁଅ / ବିକାଶ ବିଶ୍ୱାଳ) କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ନନ୍ଦିପଦା ଥାନା ଅଧିନସ୍ଥ କଳିଗାଁ ପଞ୍ଚାୟତ ଶାଳକଣିଆ ଗ୍ରାମରେ ଅନ୍ୟର କଳହ ତୁଟାଇବାକୁ ଯାଇ ବଳି ପଡିଛନ୍ତି ଜଣେ ବ୍ୟକ୍ତି । ତାଙ୍କ ପରିବାର ଅନ୍ୟ ଦୁଇଜଣ ଆହତ ମଧ୍ୟ ହୋଇଛନ୍ତି । ଏହାକୁନେଇ ଗାଁରେ ଉତ୍ତେଜନା ଦେଖାଦେଇଥିବାବେଳେ ଅଘଟଣା ଆଶଙ୍କା କରି ଗାଁରେ ବ୍ୟାପକ ପୁଲିସ ମୃତୟନ କରାଯାଇଛି ।
ଖବରରୁ ଜଣାଯାଇଛି ଯେ ଗ୍ରାମର ଆନନ୍ଦ ଯେନାଙ୍କ ପୁଅ ମାନଙ୍କ କୌଣସି କାରଣକୁ ନେଇ ପାଟିତୁଣ୍ଡ ଲାଗିଥିଲା । ଗତ ଜୁନ ୧୫ତାରିଖ ରାତିରେ ଆନନ୍ଦଯେନାଙ୍କ ପରିବାର ଓ ତାଙ୍କ ବନ୍ଧୁବାନ୍ଧବ ମାନେ ବସି ଏହାର ସମାଧାନ କରୁଥିବାବେଳେ ସମାଧାନ ହୋଇପାରୁ ନଥିଲା । ତେଣୁ ଆନନ୍ଦ ଓ ତାଙ୍କ ପତ୍ନୀ ପଡିଶା ଘରର ଦୈତାରୀପାତ୍ରକୁ ଡାକି ପିଲାମାନଙ୍କୁ ବୁଝାସୁଝା କରିବାକୁ କହିଥିଲେ । ଦୈତାରୀ ଆନନ୍ଦଙ୍କ ଘରକୁ ଆସି ବୁଝାସୁଝା କରିବା ସହ ବାରମ୍ବାର ଏପରି ପାଟିତୁଣ୍ଡ ଲାଗିବାକୁ ବାରଣ କରିଥିଲେ । ତେବେ ଏଥିରେ ଉତ୍ତ୍ୟେକ୍ତ ହୋଇ ଆନନ୍ଦଙ୍କ ପରିବାରର ଆନନ୍ଦ ଯେନା, ଭଗବାନ ଯେନା, ସନା ଯେନା, ନନ୍ଦିଆ ଯେନା, ଗୋପୀ ଯେନା, ମୁଷା ଯେନା, ଧୂଷା ଯେନା, ସହଦେବ ଯେନା, ପୁଅମାନେ ସଂଘବଦ୍ଧ ଭାବେ ଦୈତାରୀଙ୍କୁ ଗାଳିଗୁଲଜ କରିବା ସହ ଦୈତାରୀଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ । ଏହାଦେଖି ଘରେଥିବା ଦୈତାରୀଙ୍କ ସାନଭାଇ ଅଶୋକ ଘଟଣାସ୍ଥଳକୁ ଆସି ଭାଇକୁ ରକ୍ଷା କରିବାକୁ ଯାଇ ଆକ୍ରମଣର ଶୀକାର ହୋଇଥିଲା । ପରେ ପରେ ଅଶୋକଙ୍କ ପତ୍ନୀ ସସ୍ମୀତା ଘଟଣାସ୍ଥଳକୁ ଦୌଡିଆସି ଏହାର ପ୍ରତିବାଦ କରିବାରୁ ତାଙ୍କୁ ମଧ୍ୟ ଖଣ୍ଡା ଓ ଭୁଜାଲିରେ ଆକ୍ରମଣ କରାଯାଇଥିଲା । ଫଳରେ ଗୁରୁତର ଅବସ୍ଥାରେ ସସ୍ମିତା ଓ ଦୈତାରୀଙ୍କୁ ପ୍ରଥମେ ଆନନ୍ଦପୁର ଓ ପରେ କଟକ ସ୍ଥାନାନ୍ତର କରାଯାଇଥିଲା । ଏନେଇ ନନ୍ଦିପଦା ଥାନାରେ ଅଭିଯୋଗ କରାଯିବାପରେ ପୁଲିସ ଗତ ୧୭ତାରିଖରେ ଆନନ୍ଦଙ୍କ ପରିବାରର ୪ଜଣକୁ ଗିରଫକରି କୋର୍ଟ ଚାଲାଣ କରିଥିଲା । ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ଆଜି ଦୈତାରୀଙ୍କ ମୃତ୍ୟୁ ଘଟିବାପରେ ଗାଁରେ ତୀବ୍ର ଉତ୍ତେଜନା ଦେଖାଦେଇଛି । ଆକ୍ରମଣକାରୀଙ୍କ ପରିବାର ଲୋକେ ଘରଛାଡି ପଳାଇଥିବାବେଳେ ଘରେଥିବା କିଛି ମହିଳାଙ୍କୁ ପୁଲିସ ନେଇଯାଇ ସୁରକ୍ଷିତ ସ୍ଥାନରେ ରଖିଛି । ଗାଁରେ ଅଘଟଣ ଆଶଙ୍କା କରି ପ୍ରଶାସନ ପକ୍ଷରୁ ଗାଁରେ ୭ପ୍ଲାଟୁନ ପୁଲିସ ଫୋର୍ସ ମୃତୟନ କରାଯିବା ସହ କେନ୍ଦୁଝର ଅତିରିକ୍ତ ଏସପି, ହାଟଡିହି ଅତିରିକ୍ତ ତହସିଲଦାର ରଶ୍ମୀରଞ୍ଜନ ଦାସ, ଏସଡିପିଓ ଅସିତି ମହାନ୍ତିଙ୍କ ସମେତ ନୟାକୋଟ ଥାନା, କେନ୍ଦୁଝର ସଦର ଥାନା, ଆନନ୍ଦପୁର, ଘସିପୁରା, ରାମଚନ୍ଦ୍ରପୁର, ନନ୍ଦିପଦା, ସୋସୋ ପ୍ରଭୃତି ଥାନାର ଆଇଆଇସି ମାନେ ଉପସ୍ଥିତ ଅଛନ୍ତି । ପୁଲିସ ଏହି ଘଟଣାରେ ୯ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୪ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଥିବାବେଳେ ଆହୁରି ୫ଜଣ ଅଭିଯୁକ୍ତ ଫେରାର ଅଛନ୍ତି । ତୁରନ୍ତ ସେମାନଙ୍କୁ ଗିରଫ କରିବାକୁ ମୃତ ଦୈତାରୀଙ୍କ ପରିବାର ଲୋକେ ଦାବି କରିଛନ୍ତି । ଅପରାହ୍ନ ୫ଟାବେଳେ ଶବ ପହଞ୍ଚିବାପରେ ଲୋକମାନଙ୍କ ଦାବିକୁ ଗ୍ରହଣ କରି ୭ଦିନ ଭିତରେ ଅଭିଯୁକ୍ତ ମାନଙ୍କୁ ଗିରଫ କରିବାକୁ ପ୍ରତିଶୃତି ଦେବାପରେ ପରିବାର ଲୋକେ ଶବ ସଂସ୍କାର କରିବାକୁ ସ୍ମଶାନକୁ ନେଇଥିବା ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.