Home Top News କଂଗ୍ରେସର ହରତାଳ ‘ଜୋକ୍‍’ରେ ପରିଣତ ହୋଇଛି: ବିଜେଡି

କଂଗ୍ରେସର ହରତାଳ ‘ଜୋକ୍‍’ରେ ପରିଣତ ହୋଇଛି: ବିଜେଡି

78

ହରତାଳ ବିଫଳତା ଉଭୟ କଂଗ୍ରେସ ଓ ବିଜେପି ପାଇଁ ସତର୍କ ଘଣ୍ଟି
ମହିଳା ଅପରାଧ ପ୍ରସଙ୍ଗରେ ରାଜନୀତିକୁ ଲୋକଙ୍କ ପ୍ରତ୍ୟାଖାନ
ଭୁବନେଶ୍ୱର, ୧୨/୧୧ (ଓଡ଼ିଆ ପୁଅ) : ଓଡିଶା କଂଗ୍ରେସର ଆଜିର ହରତାଳ ଏକ ଜୋକ୍‍ ରେ ପରିଣତ ହୋଇଛି। କୋଭିଡ ମହାମାରୀ ସମୟରେ ଓଡିଶା ବିଜେପି ଦ୍ୱାରା ପ୍ରାୟୋଜିତ ଓଡିଶା କଂଗ୍ରେସର ଏହି ହରତାଳ ୪.୫ କୋଟି ଲୋକଙ୍କ ପାଇଁ ଏକ ନିଷ୍ଠୁରତା ବୋଲି କହିଛନ୍ତି ବିଜେଡିର ରାଷ୍ଟ୍ରୀୟ ମୁଖପାତ୍ର ଡକ୍ଟର ସସ୍ମିତ ପାତ୍ର।

କଂଗ୍ରେସର ହରତାଳକୁ ଜବାବ ଦେଇ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର ଡକ୍ଟର ପାତ୍ର କହିଛନ୍ତି ଯେ, ପୀଡିତାଙ୍କ ପିତା ହାତ ଯୋଡି ଏହି ସମ୍ବେଦନଶୀଳ ଘଟଣାକୁ ନେଇ ରାଜନୀତି ନକରିବାକୁ ଏବଂ ସେମାନଙ୍କ ଘରକୁ ନଆସିବାକୁ ଅନୁରୋଧ କରିଥିଲେ। କିନ୍ତୁ ଓଡିଶା କଂଗ୍ରେସ ଏବଂ ଓଡିଶା ବିଜେପି ଏହାକୁ ସମ୍ମାନ ଦେଇନାହାନ୍ତି। ଯଦି ଏହି ରାଜନୈତିକ ଦଳ ନିକଟରେ କିଛି ପ୍ରମାଣ ଅଛି, ତେବେ ସେମାନେ କୋର୍ଟକୁ ଯାଇ ଏହାକୁ ଦାଖଲ କରନ୍ତୁ ଏବଂ ଆଇନ୍‍ ତାହା ଉପରେ ନିଷ୍ପତ୍ତି ନେବ।

କଂଗ୍ରେସ ଦଳର କାଁ ଭାଁ କର୍ମୀ ଆଜିର ହରତାଳ ପାଇଁ ବାହାରକୁ ଆସିଥିଲେ। ଏଥିରୁ ଜଣାପଡୁଛି ଯେ ସେମାନେ ଏଭଳି ସମ୍ବେଦନଶୀଳ ପ୍ରସଙ୍ଗକୁ ନେଇ ରାଜନୀତି କିମ୍ବା ହରତାଳରେ ଖୁସି ନାହାନ୍ତି। କଂଗ୍ରେସ ଏଥିରୁ କୌଣସି ଶିକ୍ଷା ଗ୍ରହଣ କରି ନାହିଁ ଏବଂ ମହିଳାଙ୍କ ସହ ଜଡିତ ଜଘନ୍ୟ ଅପରାଧ ଉପରେ ରାଜନୀତି ଜାରି ରଖିଛି। ଏଥିପାଇଁ ଓଡିଶାର ଲୋକମାନେ ସେମାନଙ୍କୁ ନାପସନ୍ଦ କରିବା ସହିତ ଲଗାତାର ଭାବେ ସେମାନଙ୍କୁ ପ୍ରତ୍ୟାଖ୍ୟାନ କରି ଚାଲିଛନ୍ତି। ଓଡିଶାବାସୀ ବିଜେପି ପ୍ରାୟୋଜିତ ଓଡିଶା କଂଗ୍ରେସର ହରତାଳକୁ ସମର୍ଥନ କରିନାହାଁନ୍ତି। ଗତ କିଛି ବର୍ଷ ମଧ୍ୟରେ ଏହା ଦେଖା ଯାଇଛି ଯେ ଓଡିଶା କଂଗ୍ରେସର ସ୍ଥିତି ରାଜ୍ୟରେ ଦ୍ରୁତ ଗତିରେ ହ୍ରାସ ପାଉଛି କାରଣ ଏହା ଲୋକମାନଙ୍କ ସମସ୍ୟାକୁ ନେଇ ନୁହେଁ ବରଂ ବିଜେପିର ବି-ଟିମ୍ ଭାବରେ କାର୍ଯ୍ୟ କରୁଛି। ୧୩୬ ବର୍ଷର ପୁରୁଣା କଂଗ୍ରେସ ଦଳ ଏତେ ତଳକୁ ଖସିଯିବା ଅତ୍ୟନ୍ତ ଦୁଃଖଦାୟକ ବୋଲି ଡକ୍ଟର ପାତ୍ର କହିଛନ୍ତି।

ଏହା ଉଭୟ ଓଡିଶା କଂଗ୍ରେସ ଏବଂ ଓଡିଶା ବିଜେପି ପାଇଁ ଏକ ସତର୍କ ଘଌକ୍ଷଗ୍ଧ;ି ହୋଇଛି ଯେ ଯଦି ଆପଣ ମହିଳାଙ୍କ ସହ ଜଡିତ ସମ୍ବେଦନଶୀଳ ଅପରାଧ ଘଟଣାକୁ ନେଇ ରାଜନୀତି ଜାରି ରଖନ୍ତି, ତେବେ ଓଡିଶାର ଲୋକମାନେ ଆପଣଙ୍କୁ ପ୍ରତ୍ୟାଖ୍ୟାନ କରିବେ। ଯେତେବେଳେ ରାହୁଲ ଗାନ୍ଧୀଙ୍କ ସମେତ ଦିଲ୍ଲୀର ସମଗ୍ର କଂଗ୍ରେସ ନେତୃତ୍ୱ ଇନ୍ଧନ ମୂଲ୍ୟ ବୃଦ୍ଧି, ଏଲ୍‌ପିଜି ରନ୍ଧନ ଗ୍ୟାସ, କୃଷକ ପ୍ରସଙ୍ଗ ଆଦି ଉପରେ ଚିତ୍କାର କରୁଛନ୍ତି, ସେତେବେଳେ ଓଡିଶା ବିଜେପି ପ୍ରାୟୋଜକ ଥିବାରୁ ଓଡିଶା କଂଗ୍ରେସ କିନ୍ତୁ ଏହି ସବୁ ପ୍ରସଙ୍ଗରେ ନିରବ ଥିବା ଜଣାପଡୁଛି। ଆଜି ହରତାଳର ବିଫଳତା ପ୍ରମାଣ କରିଛି ଯେ ଓଡିଶା କଂଗ୍ରେସ ଓଡିଶା ଲୋକଙ୍କ ପାଇଁ ଅପ୍ରାସଙ୍ଗିକ ହୋଇପଡିଛି। ଓଡିଶା କଂଗ୍ରେସ ମଧ୍ୟରେ ଅନେକ ଗୋଷ୍ଠୀ ଅଛନ୍ତି ଏବଂ ପ୍ରତ୍ୟେକ ଗୋଷ୍ଠୀ ଓଡିଶା ବିଜେପି ଦ୍ୱାରା ଅଲଗା ଅଲଗା ଭାବେ ପ୍ରାୟୋଜିତ ହୋଇଥିବା ଜଣାପଡିଛି। ଏହା ନ୍ୟାୟ ପାଇଁ ସଂଗ୍ରାମ ନୁହେଁ; ପିସିସି ସଭାପତି ପଦବୀ ପାଇଁ ଏହା ଓଡିଶା କଂଗ୍ରେସ ମଧ୍ୟରେ ହେଉଥିବା ଲଢେଇ ବୋଲି ବିଜେଡି ମୁଖପାତ୍ର ଡକ୍ଟର ପାତ୍ର କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଦଳର ଅନ୍ୟତମ ମୁଖପାତ୍ର ଶ୍ରୀମତୀ ଏଲିନା ଦାସ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.