Home ଓଡ଼ିଶା ରଣପୁର ରେ ଓଡିଶା ଡ୍ରାଇଭର୍ ମହାସଂଘ ର ଜନସଚେତନତା

ରଣପୁର ରେ ଓଡିଶା ଡ୍ରାଇଭର୍ ମହାସଂଘ ର ଜନସଚେତନତା

45

ନୟାଗଡ(ଓଡିଆପୁଅ /ଦେବୀପ୍ରସାଦ ଆଚାର୍ଯ୍ୟ)- ନୟାଗଡ ଜିଲ୍ଲା ରଣପୁର ଅଂଚଳରେ ଲୋକ ମାନେ କରୋନା ପ୍ରତି ସଚେତନ ନ ହୋଇ କେବଳ ପୋଲିସ୍ କୁ ଭୟ କରି ଅମାନିଆ ହୋଇ ଚାଲିଛନ୍ତି । ଯାହାକୁ ନେଇ କରୋନା କଟକଣା ରେ  ଜିବୀକା ହରାଇ ପରିବାର ଚଳାଇବାକୁ ନାନା କଷ୍ଟ ଭୋଗୁଥିବା ବେଳେ ଓଡିଶା ଡ୍ରାଇଭର୍ ମହାସଂଘ ରଣପୁର ରେ ଜନସଚେତନତା ସୃଷ୍ଟି କରିବା ଭଳି କାର୍ଯ୍ୟ ହାତକୁ ନେଇଛନ୍ତି ।

ଓଡିଶା ଡ୍ରାଂଭର୍ ମହାସଂଘର ସଦସ୍ୟ ସନ୍ତୋଷ କୁମାର୍ ସାଥୁଆ ନିଜର ଟିମ୍ ସହ ରଣପୁର ଥାନା ସାମ୍ନାରେ ପହଂଚି କରୋନା ମୁକାବିଲା ପାଇଁ ସଚେତନତା ର ବାର୍ତା ବାଣ୍ଟିଥିବା ଜଣାପଡିଛି । ରଣପୁର ତହସିଲ୍‌ଦାର୍ ସଂଜୟ କୁମାର ସମନ୍ତରାୟ ଓ ରଣପୁର ଥାନା ଆରକ୍ଷୀ ନିରୀକ୍ଷକ ଜ୍ୟୋତି ପ୍ରକାଶ ପଣ୍ଡାଙ୍କୁ ଉପଢୈାକନ ଦେଇ ସମ୍ନାନିତ କରିଥିବା ବେଲେ ରାସ୍ତାରେ ଯାଉଥିବା ଗାଡି ଡ୍ରାଇଭର୍ ଓ ସାଧାରଣ ଜନତାଙ୍କୁ ସାନିଟାଇଜ୍ କରିବା ପରେ ମାସ୍କ ,ପାଣି ବୋତଲ ଓ ବିସ୍କୁଟ୍ ପ୍ରଦାନ କରି କରୋନା ସଚେତନତା ସଂର୍ପକରେ ବୁଝାଉଥିବା ଦେଖିବାକୁ ମିଳିଥିଲା । ରଣପୁର ର ଫ୍ରକାଶ ମହାନ୍ତିଙ୍କ ନେତୃତ୍ୱରେ ଅନ୍ୟ ଡ୍ରାଇଭର୍ ମାନେ ମଧ୍ୟ ସହ ଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.