Home କୋରାପୁଟ ମଦ ବେପାରୀଙ୍କଠାରୁ ଲାଇସେନ୍ସ ଫିସ ଆଦାୟ ନ କରିବାକୁ ସରକାରଙ୍କ ନିଷ୍ପତି ବିରୁଦ୍ଧରେ କଂଗ୍ରେସର ଦାବିପତ୍ର...

ମଦ ବେପାରୀଙ୍କଠାରୁ ଲାଇସେନ୍ସ ଫିସ ଆଦାୟ ନ କରିବାକୁ ସରକାରଙ୍କ ନିଷ୍ପତି ବିରୁଦ୍ଧରେ କଂଗ୍ରେସର ଦାବିପତ୍ର ପ୍ରଦାନ

105

କୋରାପୁଟ ୨୪-୦୫(ଓଡିଆ ପୁଅ /ରଂଜନ ଦାସ)ରାଜ୍ୟ ସରକାର ମଦ ବେପାରୀଙ୍କଠାରୁ ଲାଇସେନ୍ସ ଫିସ ଆଦାୟ ନ କରିବାକୁ ନେଇଥିବା ନିଷ୍ପତି ବିରୁଦ୍ଧରେ  କୋରାପୁଟ ଜିଲ୍ଲା କଂଗ୍ରେସର ବିଭିନ୍ନ ଛାମୁଆ ସଂଗଠନ ତରଫରୁ ଦାବିପତ୍ର ପ୍ରଦାନ କରାଯାଇଛି ।କୋରାପୁଟ ଜିଲ୍ଲା କଂଗ୍ରେସ କମିଟି ସଭାପତି ମିନାକ୍ଷୀ ବାହିନିପତିଙ୍କ  ଅଧ୍ୟକ୍ଷତାରେ ଜିଲ୍ଲା ଛାତ୍ର , ଯୁବ ଓ ମହିଳା  କଂଗ୍ରେସ ଏବଂ  ଆଇଏନଟିୟୁସିର କର୍ମକର୍ତାମାନେ ଜିଲ୍ଲାପାଳଙ୍କ ଅଫିସ ନିକଟରେ ଏକଜୁଟ ହୋଇ ସରକାରଙ୍କ ନିଷ୍ପତିକୁ ବିରୋଧ କରିଥିଲେ ।ଛୋଟ ଓ ମଧ୍ୟମ ଧରଣର ଦୋକାନମାନଙ୍କଠାରୁ ଲାଇସେନ୍ସ ଫିସ ଛାଡ କରିବାକୁ ଦାବି କରିଥିଲେ ।କୋରାପୁଟ ଅତିରିକ୍ତ ଜିଲ୍ଲାପାଳ ଦେବେନ କୁମାର ପ୍ରଧାନ ଦାବିପତ୍ର ଗ୍ରହଣ କରିଥିଲେ ।ଏହି ଦାବିପତ୍ର ପ୍ରଦାନ ବେଳେ ପୂର୍ବତନ ବିଧାୟକ ରାମଚନ୍ଦ୍ର କାଡାମ ଓ ନିମାଇଁ ସରକାର ,ସାଂସଦଙ୍କ ପ୍ରତିନିଧି ବାବୁଲା ବେନିଆ , ନଗର କଂଗ୍ରେସ  କମିଟି ସଭାପତି ଜୟନ୍ତ କଚିନ ,କୋରାପୁଟ ବ୍ଲକ କଂଗ୍ରେସ କମିଟି ସଭାପତି ରମେଶ ଚନ୍ଦ୍ର ବାଖ୍ୟା ,ଭବାନୀ ଶଙ୍କର ମିଶ୍ର , ବିଜୟ କୁମାର ରାଓ ,ଗୋପି ପଳେଇ , ସୁନିତା ମୁଦୁଲି , ଆଇଏନଟିୟୁସି କୋରାପୁଟ ଜିଲ୍ଲା ସଭାପତି ଭଗବାନ ବାହିନିପତି ,କୋରାପୁଟ ବ୍ଲକ ଅଧ୍ୟକ୍ଷା ନମିତା ମାଝି ,କୋରାପୁଟ ବିଧାୟକ ପ୍ରାର୍ଥି କୃଷ୍ଣ କୁଲଦୀପ , କେ.ମଧୁସୂଦନ ରେଡ୍ଡି ,ଚନ୍ଦ୍ରପ୍ରଭା ହିଆଲ ପ୍ରମୁଖ ଉପସ୍ଥିତ ଥିଲେ ।ସାଂପ୍ରତିକ ପରିସ୍ଥିତିରେ  ଯେଉଁଠି ଲୋକ ଖାଇବାକୁ ପାଉ ନାହାଁନ୍ତି ସେଇଠି କିନ୍ତୁ ରାଜ୍ୟ ସରକାର ସମସ୍ତ ଘରକୁ ମଦ କିପରି ପହଂଚିବେ ତାହା ଚିନ୍ତା କରୁଛନ୍ତି ବୋଲି ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି ପ୍ରକାଶ କରି ରାଜ୍ୟ ସରକାରଙ୍କ ଏଭଳି ନୀତିକୁ ସେ ନାପସନ୍ଦ କରିଥିଲେ ।ଖାଇବା ତେଲ ଉପରୁ ଟ୍ୟାକସ  ଛାଡ କରୁ ନାହାନ୍ତି କିନ୍ତୁ ମଦ ଉପରୁ  ରାଜ୍ୟ ସରକାର ଟ୍ୟାକ୍ସ ଛାଡ କରୁଛନ୍ତି  ା ଗରୀବ ଲୋକଙ୍କ ଜୀବନଠାରୁ ସରକାରଙ୍କ ମଦ ପ୍ରୀତି  କଣ ବଡ ବୋଲି ସେ ପ୍ରଶ୍ନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.