Home ଓଡ଼ିଶା ପୋଲିସ୍ ର ଚଢାଉ ରେ ଲୁଗାଦୋକାନ ସିଜ୍ ସାଙ୍ଗକୁ ୩୫ହଜାର ଟଙ୍କା ଜୋରିମାନା ଆଦାୟ

ପୋଲିସ୍ ର ଚଢାଉ ରେ ଲୁଗାଦୋକାନ ସିଜ୍ ସାଙ୍ଗକୁ ୩୫ହଜାର ଟଙ୍କା ଜୋରିମାନା ଆଦାୟ

253

ନୟାଗଡ(ଓଡିଆପୁଅ /ଦେବୀପ୍ରସାଦ ଆଚାର୍ଯ୍ୟ)- – ନୟାଗଡ ଜିଲ୍ଲା ରଣପୁର ଥାନା ପୋଲିସ୍ ଅମାନିଆ ଙ୍କ ଉପରେ ଚଢାଉ କୁ ବ୍ୟାପକ କରିଥିବା ଜଣାପଡିଛି । ଯାହା ଫଳରେ ଅମାନିଆ ଲୁଗା ଦୋକାନକୁ  ସିଲ୍ କରିଥିବା ବେଳେ ଅନ୍ୟ ଅମାନିଆ ମାନଙ୍କ ଠାରୁ  ୩୫ ହଜାର ଟଙ୍କା ତଣ୍ଡ ଆଦାୟ କରିଛି ।ପୋଲିସ୍ କୁ ଦେଖି ସୁଆଁସିଆ ସାହିର ଯୁବକ ସନ୍ତୋଷ ପ୍ରଧାନ ପୋଖରୀ ରେ ବୁଡି ମୃତ୍ୟୁ ବରଣ କରିବା ପରେ ପୋଲିସ୍ ଅମାନିଆ ମାନଙ୍କ ଉପରେ ଚଢାଉ କୁ କୋହଳ କରିଥିଲା । କିନ୍ତୁ ମେ ୨୪ ତାରିଖ ରଣପୁର ସ୍ୱାସ୍ଥ୍ୟ ବିଭାଗର ରିପୋର୍ଟ ଅନୁଯାୟୀ ସମୁଦାୟ ୧୦୪ ଜଣଙ୍କୁ କରୋନା ପରୀକ୍ଷଣ କରାଯାଇଥିବା ବେଳେ ସେ ମଧ୍ୟରୁ ୩୮ ଜଣଙ୍କ ର କରୋନା ସଂକ୍ରମିତ ହୋଇଥିବା ଜଣାପଡିଥିଲା  ।

ପୋଲିସ୍ ର କୋହଳ ମନବୃତି ଯୋଗୁଁ ଅମାନିଆ ଙ୍କ ସଂଖ୍ୟା ବଢିବାରେ ଲାଗିଥିଲା । ରଣପୁର ଥାନା ତରଫରୁ ଚଢାଉ ବ୍ୟାପକ କରାଯିବା ଫଳରେ ଏକ ଅମାନିଆ ଲୁଗା ଦୋକାନ କୁ ପୋଲିସ୍ ସିଜ୍ କରିôତଲା ବେଳେ ଅନ୍ୟ ଏକ ଅମାନିଆ ଡ୍ରେସ୍ ଦୋକାନୀ ଠାରୁ ୧୫ ହଜାର ଟଙ୍କା ତଣ୍ଡ ଆଦାୟ କରିବା ସମେତ ସମୁଦାୟ ୩୫ ହଜାର ଟଙ୍କା ତଣ୍ଡ ଆଦାୟ କରିଥିବା ସୂଚନା ମିଳିଛି । ଏହି ଚଢାଉ ରେ ରଣପୁର କୋଭିଡ୍ ଦାୟିତ୍ୱରେ ଥିବା ପ୍ରଶାସକ ସଂଜୟ କୁମାର ସାମନ୍ତରାୟ ଓ ରଣପୁର ଆରକ୍ଷୀ ନିରୀକ୍ଷକ ଜ୍ୟୋତି ପ୍ରକାଶ ପଣ୍ଡା ସଦଳବଳେ ସାମିଲ୍ ହୋଇଥିଲେ । ନୟାଗଡ ଜିଲ୍ଲାପାଳ ଡ. ପୋମା ଟୁଡୁ ଚାନ୍ଦପୁର କୋଭିଡ୍ ଡାକ୍ତରଖାନା ସହ ରଣପୁର କୋଭିଡ୍ କଟକଣା ପରିଚାଳନା କୁ ପ୍ରତ୍ୟେକ୍ଷ ସମୀକ୍ଷା କରିଥିବା ଜଣାପଡିଛି । କୋଭିଡ୍ ତାଲା ବନ୍ଦ ଓ ବାତ୍ୟା ୟଶ୍ ମାଡି ଆସୁଥିବା ଘଟଣାକୁ ଲକ୍ଷୀ କରି ପରିବା ପତ୍ର ସହ ରାସନ ସାମଗ୍ରୀ ବିକ୍ରୟରେ ଦୋକାନୀ ମାନେ ଅହେତୁକ ଦର ବୃଦ୍ଧି କୁ ବନ୍ଦ କରିବା ପାଇଁ ପ୍ରଶାସନ ଦୃଷ୍ଟି ରଖିଥିବା ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.