Home ଓଡ଼ିଶା ରଣପୁର ରେ ଆନ୍ତଃରାଜ୍ୟ ସ୍ତରୀୟ ଦିବାରାତ୍ର ଏକ ଦିବସୀୟ ଭଲିବଲ୍ ଖେଳ ଉଦ୍‌ଘାଟିତ

ରଣପୁର ରେ ଆନ୍ତଃରାଜ୍ୟ ସ୍ତରୀୟ ଦିବାରାତ୍ର ଏକ ଦିବସୀୟ ଭଲିବଲ୍ ଖେଳ ଉଦ୍‌ଘାଟିତ

33

ନୟାଗଡ/୨୧/୨(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ନୟାଗଡ ଜିଲ୍ଲା ରଣପୁର ଥାନା ସାମନା ପଞ୍ଚୁଦୋଳ ପଡିଆ ଠାରେ ଫେବୃୟାରୀ ୨୧ ତାରିଖ ଅପରାହ୍ନରେ ମା ମଣିନାଗ ଭଲି ଆସୋସିଏସନ୍ ତରଫରୁ ଆନ୍ତଃରାଜ୍ୟ ସ୍ତରୀୟ ଦିବାରାତ୍ର ଏକ ଦିବସୀୟ ଭଲିବଲ୍ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ ହୋଇଯାଇଅଛି । ଉଦଘାଟକ ଭାବେ ରଣପୁର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ସତ୍ୟ ନାରାୟଣ ପ୍ରଧାନ (ବାଦଲ ଭାଇ) ଯୋଗ ଦେଇ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ଡ. ସନ୍ତୋଷ କୁମାର ଲେଙ୍କା , ଇ. ବେବାଶିଷ ପଟ୍ଟନାୟକ, ସ୍ୱର୍ଣ୍ଣ ପ୍ରକାଶ ରାଉତରାୟ ଓ ପ୍ରତିଭା ମହାନ୍ତି ଓ ଅନ୍ୟ ମାନେ ଯୋଗ ଦେଇଥିଲେ ।


ଏହି ଭଲିଖେଳ ରେ ୪ ଗୋଟି ଦଳ ଯୋଗ ଦେଇଛନ୍ତି । ଦଳ ଗୁଡିକ ମଧ୍ୟରେ ରହିଛନ୍ତି ନାଗପୁର କ୍ଲବ , ବାଲେଶ୍ୱର କ୍ଲବ, ତ୍ରୀବେଣୀ ଆର୍ଥ ପ୍ରାଇଭେଟ୍ ଲିମିଟେଡ୍ କେନ୍ଦୁଝର ଓ ସ୍ପୋର୍ଟସ୍ ହଷ୍ଟେଲ ଭୂବନେଶ୍ୱର । ଏହି ରାଉଣ୍ଡ ଅପ୍ ଖେଳ ରେ ୪ ଦଳ ଯାକ ପରସ୍ପର ପରସ୍ପର କୁ ଭେଟିବେ । ଖେଳ ପରିଚାଳନା କରିଥିଲେ ଜାତୀୟ ସ୍ତରର ପରିଚାଳକ ବିଦୁତ୍ ଭୁଷଣ ରଥ , ଶ୍ରୀକାନ୍ତ କୁମାର ନାୟକ , ତ୍ରିଲୋଚନ ଦାଶ ଓ ରାଜ୍ୟ ସ୍ତରୀୟ ପ୍ରିୟ ରଞ୍ଜନ ସାହୁ । ମା ମଣିନାଗ ଭଲି ଆସୋସିଏସନ୍ ର ସଭାପତି ଦିପକ ସିଠ ସମ୍ପାଦକ ବିଶ୍ୱଜିତ୍ ପଟ୍ଟନାୟକ  ଓ ଆବାହକ ଆକାଶ କୁମାର ସ୍ୱାଇଁ ଓ ରଣପୁର ଜନସାଧାରଣ ସହଯୋଗ କରିଥିଲେ । ପ୍ରଥମ ମ୍ୟାଚ୍ ସ୍ପୋର୍ଟସ୍ ହଷ୍ଟେଲ ଭୂବନେଶ୍ୱର ଓ ତ୍ରିବେଣୀ ଆର୍ଥ ପ୍ରାଇଭେଟ୍ ଲିମିଟେଡ କେନ୍ଦୁଝର ମଧ୍ୟରେ ଅନୁଷ୍ଟିତ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.