Home ଓଡ଼ିଶା ପେଟ୍ରୋଲ ଦର କମ୍‌ କଲେ ମମତା ସରକାର – ଆଜି ରାତିରୁ ନୂଆ ଦର ଲାଗୁ,...

ପେଟ୍ରୋଲ ଦର କମ୍‌ କଲେ ମମତା ସରକାର – ଆଜି ରାତିରୁ ନୂଆ ଦର ଲାଗୁ, ଜାଣନ୍ତୁ କେତେ କମିଲା

133

କୋଲକାତା ୨୧-୨ (ଓଡ଼ିଆ ପୁଅ) ଅଳ୍ପ କେତେଟା ଦିନ ପରେ ଆଶୁଛି ପଶ୍ଚିମବଙ୍ଗରେ ରାଜ୍ୟ ବିଧାନସଭା ନିର୍ବାଚନ। ଏବେ ପଶ୍ଚିମବଙ୍ଗ ସରକାର ପେଟ୍ରୋଲ ଦର ହ୍ରାସ କରି ରାଜ୍ୟବାସୀଙ୍କୁ କିଛିଟା ଆଶ୍ୱସ୍ତି ଦେବାକୁ ଚେଷ୍ଟା କରିଛନ୍ତି। ରାଜ୍ୟରେ ପେଟ୍ରୋଲ ମୂଲ୍ୟରେ ଲିଟର ପିଛା ୧ ଟଙ୍କା ହ୍ରାସ କରିବାକୁ ମମତା ବାନାର୍ଜୀ ସରକାର ଘୋଷଣା କରିଛନ୍ତି। ଆଜି ମଧ୍ୟରାତ୍ରିରୁ ଏହି ମୂଲ୍ୟ ଲାଗୁ ହେବ। ପଶ୍ଚିମବଙ୍ଗ ଅର୍ଥମନ୍ତ୍ରୀ ଅମିତ ମିତ୍ର ରବିବାର ଏହା ଘୋଷଣା କରିଛନ୍ତି।

ରାଜ୍ୟ ଅର୍ଥମନ୍ତ୍ରୀ କହିଛନ୍ତି ଯେ ପଶ୍ଚିମବଙ୍ଗ ସରକାରଙ୍କ ଏହି ପଦକ୍ଷେପ ରାଜ୍ୟବାସୀଙ୍କୁ ଆଶ୍ୱସ୍ତି ପ୍ରଦାନ କରିବ। ସେ କହିଛନ୍ତି, ପେଟ୍ରୋଲ ମୂଲ୍ୟରେ କେନ୍ଦ୍ର ସରକାର ଲିଟର ପିଛା ୩୨.୯୦ ଟଙ୍କା ରୋଜଗାର କରୁଥିବାବେଳେ ରାଜ୍ୟ ସରକାର ମାତ୍ର ୧୮.୪୬ ଟଙ୍କା ପାଉଛନ୍ତି। ଡିଜେଲ ବିଷୟରେ କହିବାକୁ ଗଲେ କେନ୍ଦ୍ର ସରକାର ଲିଟର ପିଛା ୩୧.୮୦ ଟଙ୍କା ଏବଂ ରାଜ୍ୟ ସରକାର ମାତ୍ର ୧୨.୭୭ ଟଙ୍କା ପାଉଛନ୍ତି।”

ଅମିତ ମିତ୍ର କହିଛନ୍ତି ଯେ, ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧିରେ ଜନସାଧାରଣ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହା ସହିତ ସେ କେନ୍ଦ୍ର ସରକାରଙ୍କୁ ସଂଘବାଦ ଅର୍ଥାତ୍ ଫେଡେରାଲିଜମ୍‌ର ବିଶେଷତ୍ତ୍ୱକୁ କ୍ଷତି ପହଞ୍ଚାଇଥିବା ଅଭିଯୋଗ କରିଛନ୍ତି।

ସରକାରଙ୍କ ମନମୁଖୀତା ଆଚରଣ କାରଣରୁ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ପାଉଛି
ଏହାପୂର୍ବରୁ ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବାହୁଜନ ସମାଜ ପାର୍ଟି ମୁଖ୍ୟ ମାୟାବତୀ ମଧ୍ୟ ପେଟ୍ରୋଲ ଡିଜେଲର ମୂଲ୍ୟ ବୃଦ୍ଧି ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଥିଲେ। ସେ ରବିବାର ଦିନ ଟୁଇଟ୍ କରି କହିଛନ୍ତି ଯେ, ଦେଶରେ ପେଟ୍ରୋଲ, ଡିଜେଲ ଏବଂ ରନ୍ଧନ ଗ୍ୟାସ୍ ଭଳି ଅତ୍ୟାବଶ୍ୟକ ଦ୍ରବ୍ୟର ମୂଲ୍ୟ ଉପରେ ସରକାରୀ ନିୟନ୍ତ୍ରଣ ହଟାଯିବା ପରେ ସେଗୁଡିକର ମୂଲ୍ୟ ଯେପରି ନିରବଚ୍ଛିନ୍ନ ଭାବରେ ବୃଦ୍ଧି ପାଉଛି, ସବୁଆଡେ ହାହାକାର ଦେଖାଦେଇଛି। ଜନସାଧାରଣଙ୍କ ଜୀବନ ଦୁଃଖଦାୟକ ହୋଇଛି। ପରିସ୍ଥିତିର ଗମ୍ଭୀରତାକୁ ଅନୁଧ୍ୟାନ କରି କେନ୍ଦ୍ର ସରକାର ଏହାର ସମାଧାନ ଖୋଜି ବାହାର କରିବା ଉଚିତ୍।”

ମାୟାବତୀ ଏକ ଟ୍ୱିଟ୍‌ରେ କହିଛନ୍ତି ଯେ, କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ଉପରେ ବିଶେଷ କରି ପେଟ୍ରୋଲ ଏବଂ ଡିଜେଲ ଉପରେ ଅତିରିକ୍ତ ଟିକସ ବୃଦ୍ଧି ତୈଳ ଦରକୁ ବୃଦ୍ଧି କରିଛି ଏବଂ କୋଟି କୋଟି ଗରିବ ଏବଂ ବେକାରଙ୍କ ଉପରେ ଏହାର ପ୍ରତ୍ୟକ୍ଷ ବୋଝ ଦିନକୁ ଦିନ ବୃଦ୍ଧି ପାଉଛି। କ’ଣ ସମ୍ବିଧାନ ଏପରି ‘କଲ୍ୟାଣକାରୀ ସରକାର’ର ନୀତି ନିଶ୍ଚିତ କରିଛି କି?

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.