Home ଅନୁଗୁଳ ଜୀବନସାଥୀ ଫାଉଣ୍ଡେସନ୍ ଓ ଭୋଗବେରେଣୀ ଯୁବକ ସଂଘର ମିଳିତ ଆନୁକୂଲ୍ୟରେ ରକ୍ତଦାନ ଶିବିର

ଜୀବନସାଥୀ ଫାଉଣ୍ଡେସନ୍ ଓ ଭୋଗବେରେଣୀ ଯୁବକ ସଂଘର ମିଳିତ ଆନୁକୂଲ୍ୟରେ ରକ୍ତଦାନ ଶିବିର

14

ଅନୁଗୋଳ(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଅନୁଗୋଳ ଜିଲ୍ଲା ତାଳଚେରର ସ୍ୱେଚ୍ଛାସେବୀ ଅନୁଷ୍ଠାନ ଜୀବନସାଥୀ ଫାଉଣ୍ଡେସନ୍ ଓ ଭୋଗବେରେଣୀ ଯୁବକ ସଂଘର ମିଳିତ ଆନୁକୂଲ୍ୟରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଭୋଗବେରେଣୀ ଗ୍ରାମସ୍ଥିତ ରାଜୀବ ଗାନ୍ଧୀ ସେବାକେନ୍ଦ୍ର ପରିସରରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବରେ ସ୍ଥାନୀୟ ସରପଂଚ ସନ୍ଧ୍ୟାରାଣୀ ଭୋଇ ଓ ସମ୍ମାନୀତ ଅତିଥି ଭାବରେ ଜୀବନସାଥୀ ଫାଉଣ୍ଡେସନ୍‌ର ସଭାପତି ସ୍ୱେଚ୍ଛାସେବୀ ଯୋଗେନ୍ଦ୍ର ବେହେରା ପ୍ରମୁଖ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ ଶିବିର ଉଦ୍‌ଘାଟନ କରିଥିଲେ । ତାଳଚେର ରକ୍ତଭଣ୍ଡାର ସହଯୋଗରେ ଏଥିରୁ ସର୍ବମୋଟ ୬୩ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା। ଜୀବନସାଥୀ ଫାଉଣ୍ଡେସନ୍‌ର ସମସ୍ତ ସଦସ୍ୟ, ସଦସ୍ୟାମାନଙ୍କ ସହ ଭୋଗବେରେଣୀ ଯୁବକ ସଂଘର ସଦସ୍ୟମାନେ ରକ୍ତ ଶିବିର ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ । ରକ୍ତଦାତାମାନଙ୍କୁ ତାଳଚେର ରକ୍ତଭଣ୍ଡାର ପକ୍ଷରୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.