Home ଓଡ଼ିଶା ରଣପୁର ରେ ଅବକାରୀ ଚଢାଉ ୪ ଗିରଫ ୪୧ଲିଟର ମଦ ଜବତ

ରଣପୁର ରେ ଅବକାରୀ ଚଢାଉ ୪ ଗିରଫ ୪୧ଲିଟର ମଦ ଜବତ

24

ନୟାଗଡ/୨୮/୧୧(ଓଡିଆ ପୁଅ ଦେବୀ ପ୍ରସାଦ ଆଚାର୍ଯ୍ୟ)-ନୟାଗଡ ଜିଲ୍ଲା ରଣପୁର ଓ ଚାନ୍ଦପୁର ଥାନା ଅଂଚଳରେ ବ୍ୟାପକ ହାତ ରନ୍ଧା ଦେଶୀ ମଦ କାରବାର ଚାଲିବା ଯୋଗୁଁ ଜିଲ୍ଲା ଅବକାରୀ ବିଭାଗର ନିଦ ହଜି ଯାଇଥିଲା । ନୟାଗଡ ଜିଲ୍ଲା ଅବକାରୀ ବିଭାଗ ରେ କର୍ମଚାରୀ ଙ୍କର ଅଭାବ ଯୋଗୁଁ ହାତ ରନ୍ଧା ଦେଶୀ ମଦ ଧରିବାରେ ସଫଳ ହୋଇପାରୁ ନଥିଲେ । ନୟାଗଡ ଅବକାରୀ ସୁପରିଟେଣ୍ଡେଡ୍ ପ୍ରଦୀପ୍ତ କୁମାର ଦାଶ ଙ୍କ ନିର୍ଦେଶ ରେ ଅବକାରୀ ସ୍କ୍ୱାର୍ଡ ରଣପୁର ଓ ଚାନ୍ଦପୁର ଥାନା ଅଂଚଳରେ ଗତ ୨୭ ତାରିଖ ସଂଧ୍ୟ୍ୟାରେ ବ୍ୟାପକ ଚଡାଉ କରିଥିଲେ ।

ଏହି ଚଢାଉ ରେ ଦେଶୀ ମଦ ବିକ୍ରି ଅଭିଯୋଗ ରେ ୪ ଜଣଙ୍କୁ ଗିରଫ କରିବା ସହ ୪୧ ଲିଟର ହାତ ରନ୍ଧା ଦେଶୀ ମଦ ଜବତ କରିଥିବା ଜଣାପଡିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ସାନଗଡ ର ଭଗବାନ ସାହୁ , ସନ୍ତୋଷ ମୁଦୁଲି, ଚମ୍ପାପେଡି ଗ୍ରାମର ବୈକୁଣ୍ଠ ପ୍ରଧାନ ଓ ମନୋରଞ୍ଜନ ସାହୁ । ଏହି ଚଢାଉ ରେ ଅବକାରୀ ଏ ଏସ୍ ଆଇ ଲିଙ୍ଗରାଜ ମହାପାତ୍ର ଓ ସନ୍ତୋଷ କୁମାର ପ୍ରଧାନ ସହଯୋଗ କରିଥିଲେ । ଗିରଫ ଅଭିଯୁକ୍ତ ମାନେ କୋର୍ଟ ଚାଲାଣ ପରେ ଜାମିନ୍ ନା ମଞ୍ଜୁର ହେବାରୁ ରଣପୁର ଜେଲ୍ ହାଜତ କୁ ପଠାଇ ଦିଆଯାଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.