Home Top News ପରୀ ଘଟଣାକୁ ନେଇ ପ୍ରଭାତୀଙ୍କ ପ୍ରଶ୍ନବାଣ: ଧିକାର୍ ଏ’ ସରକାରକୁ, ବରଦାସ୍ତ କରିବାନି ଏ’ ସରକାରକୁ...

ପରୀ ଘଟଣାକୁ ନେଇ ପ୍ରଭାତୀଙ୍କ ପ୍ରଶ୍ନବାଣ: ଧିକାର୍ ଏ’ ସରକାରକୁ, ବରଦାସ୍ତ କରିବାନି ଏ’ ସରକାରକୁ ..

64

ଭୁବନେଶ୍ୱର: ନୟାଗଡ଼ ପରୀ ଘଟଣାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ପ୍ରବଳ ବର୍ଷିଛନ୍ତି ପୂର୍ବତନ ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ତଥା ଏବେକାର ବିଜେପି ରାଜ୍ୟ ଉପାଧ୍ୟକ୍ଷା ପ୍ରଭାତୀ ପରିଡ଼ା। ପ୍ରକୃତରେ ଆଜି କଣ ଚାଲିଛି ଓଡ଼ିଶାରେ ଲାଜ ଲାଗୁନି ଓଡ଼ିଶା ସରକାରଙ୍କୁ ବୋଲି ପ୍ରଶ୍ନ କରିବା ସହ ମୁଖ୍ୟମନ୍ତ୍ରୀ ଅଭିଯୁକ୍ତ ମନ୍ତ୍ରୀଙ୍କୁ ବହିଷ୍କାର କରୁ ନାହାଁନ୍ତି କାହିଁକି, ମନ୍ତ୍ରୀ ଯଦି ଏତେ ନୈତିକତାର ଦ୍ୱାହି ଦେଉଛନ୍ତି ଦେବେ ଇସ୍ତଫା ଦେଉ ନାହାଁନ୍ତି କାହିଁକି ବୋଲି ପ୍ରଶ୍ନବାଣ କରିବା ସହ ଯଦି ସାରା ରାଜ୍ୟରେ ସ୍ୱଚ୍ଛ ଛବି ରହିଛି ବୋଲି ଭାବୁଛନ୍ତି ତେବେ ମନ୍ତ୍ରୀ ଇସ୍ତଫା ଦେଇ ତଦନ୍ତର ସାମ୍ମା କରିବା କଥା ବୋଲି କହିଛନ୍ତି ପ୍ରଭାତୀ ପରିଡ଼ା। ସେହିପରି ସୌମ୍ୟ ରଞ୍ଜନ ପଟ୍ଟନାୟକ ପରୀ ଘଟଣାକୁ ଏକ ଛୋଟ ଘଟଣା ଘଟିବା କହିବାକୁ ନେଇ ଗରୀବ ଘରର ଝିଅ ବୋଲି ବୋଲି ସୌମ୍ୟବାବୁ ଏପରି କହି ପାରିଲେ, ଯଦି ସୌମ୍ୟ ବାବୁଙ୍କ ଘରେ ଏପରି ଘଟି ଥାଆନ୍ତା, ତେବେ ତାକୁ କ’ଣ ଦୁର୍ଘଟଣାର ରୂପ ଦିଆଯାଇ ପାରି ଥାଆନ୍ତା ବୋଲି ପ୍ରଶ୍ନ କରିଛନ୍ତି ପ୍ରଭାତୀ ପରିଡ଼ା।

ପରୀକୁ ନ୍ୟାୟ ଦେବା ଲାଗି ବିଜେପି ମହିଳା ମୋର୍ଚ୍ଚା କରୁଥିବା ଆନ୍ଦୋଳନ ପାଇଁ ମହିଳା ମୋର୍ଚ୍ଚାକୁ ସାଧୂବାଦ ଜଣାଇବା ସହ ନବୀନ ମନ୍ତ୍ରୀ ମଣ୍ଡଳରେ ରକ୍ତର ଛିଟା ପଡ଼ିଲା ପରେ ବି ସେ ମନ୍ତ୍ରୀ କ’ଣ ମନ୍ତ୍ରୀ ମଣ୍ଡଳରେ ରହିବାର ଅଧିକାର ପାଇବ ବୋଲି ପ୍ରଭାତୀ ପ୍ରଶ୍ନ କରିଛନ୍ତି। କେତେ ଦିନ ଆଉ ଆମେ ଶୋଇବା, ଆମ ବଳରେ ବଳିୟାନ ସରକାର ଯଦି ଆମ ଝିଅ ବୋହୁଙ୍କୁ ସୁରକ୍ଷା ଦେଇ ପାରୁନି, ପରୀ ଭଳି ଜଣେ ୫ ବର୍ଷର ଝିଅ ସହିତ ନ୍ୟାୟ କରିପାରୁନି, ତେବେ ଧିକାର୍ କରିବାର ସମୟ ଆସିଛି ଏ’ ସରକାରକୁ ଏବଂ ବରଦାସ୍ତ କରିବାନି ଏ’ ସରକାରକୁ। ଆସନ୍ତୁ ଆମେ ସମସ୍ତେ ମିଶି ଏକ ହେବା, କେବଳ ଭାରତୀୟ ଜନତା ପାର୍ଟିର ମହିଳା ମୋର୍ଚ୍ଚା ନୁହେଁ, ଆମେ ସମସ୍ତେ ମହିଳା ସମାଜ ଏକଜୁଟ ହୋଇ ମହିଳା ସୁରକ୍ଷା ପାଇଁ ସ୍ୱର ଉଠାଇବା ବୋଲି ଆହ୍ୱାନ ଦେଇଛନ୍ତି ବିଜେପି ରାଜ୍ୟ ଉପାଧ୍ୟକ୍ଷା ପ୍ରଭାତୀ ପରିଡ଼ା।
@DevDr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.