Home ଓଡ଼ିଶା ରଣପୁର ବନାଂଚଳ ରେ ହାତୀ ଦଳ ଭାଙ୍ଗିଲେ କୁକୁଡା ଫାର୍ମ ଖାଇଲେ ପାଚିଲା ଧାନ

ରଣପୁର ବନାଂଚଳ ରେ ହାତୀ ଦଳ ଭାଙ୍ଗିଲେ କୁକୁଡା ଫାର୍ମ ଖାଇଲେ ପାଚିଲା ଧାନ

88

ନୟାଗଡ/୨୮/୧୧(ଓଡିଆ ପୁଅ ଦେବୀ ପ୍ରସାଦ ଆଚାର୍ଯ୍ୟ)- ନୟାଗଡ ଜିଲ୍ଲା  ଖୋର୍ଦ୍ଧା ବନଖଣ୍ଡ ରଣପୁର ବନାଂଚଳ ରେ ହାତୀ ମଣିଷ ଭିତରେ ଛକା ପଞ୍ଚା ଚାଲିଛି । ବନ ବିଭାଗ ହାତୀ ଙ୍କ ସୁରକ୍ଷା ପାଇଁ କାମ୍ପା ଯୋଜନା ରେ ପାଣି ପିଇବା ପାଇଁ ପୋଖରୀ, ହାତୀ ଖାଇବା ପାଇଁ ବିଭିନ୍ନ ପ୍ରକାର ଗଛ ଓ ଟ୍ରେଂଚ୍ ନିର୍ମାଣ କରିଛନ୍ତି । କିନ୍ତୁ ହାତୀ ଦଳ ଜଙ୍ଗଲ ଛାଡି ଗ୍ରାମାଂଚଳ ରେ କ୍ଷୟକ୍ଷତି କରି ଚାଲିଛନ୍ତି । ହାତୀ ଦଳ ଘଉଡେଇବା ପାଇଁ ସ୍କ୍ୱାର୍ଡ ମୃତୟନ ହୋଇଛନ୍ତି । ତଥାପି ହାତୀ ଦଳ କ୍ଷୟକ୍ଷତି କରି ଚାଲିଛନ୍ତି । ଗତ ୨୭ ତାରିଖ ରାତି ରେ ମୟୁରଝାଲିଆ ବୋରବରଝର ର ନିମାଇ ଚରଣ ନାୟକ ଙ୍କ ତିନି ମାଣ ଜମି ର ପାଚିଲା ଧାନ ଖାଇ ଦେଇଛନ୍ତି । ସେହିଭଳି ରାଜ ଜଙ୍କିଆର ସୁର୍ଦଶନ ପ୍ରଧାନ ଙ୍କ ନିର୍ମାଣାଧିନ କୁକୁଡା ଫାର୍ମ ଘର ଓ ପଥର ଖୁଣ୍ଟି ଭାଙ୍ଗି ଦେଇଥିବା ଜଣାପଡଛି । ଉଭୟ ସୁର୍ଦଶନ ଓ ନିମାଇ ଚରଣ ନାକିଠଣା ଫରେଷ୍ଟର କୁ ଅଭିଯୋଗ କରିଥିବା ଜଣାପଡିଛି ।

ରଣପୁର ବନାଂଚଳ ରେଞ୍ଜର ଶରତ କୁମାର ରଥ ଙ୍କ ସହ ଯୋଗାଯୋଗ କରିବାରେ କୁହନ୍ତି କିଛି ଲୋକ ମିଛ ଖବର ଦେଇ ହାତୀ ଘଉଡେଇବାକୁ ଥିବା ସ୍କ୍ୱାର୍ଡ ମାନଙ୍କୁ ବିଭ୍ରାନ୍ତ କରୁଛନ୍ତି । ଯାହା ଫଳରେ ହାତୀ ଘଉଡେଇବାକୁ ଯାଇ ସ୍କ୍ୱାର୍ଡ ମାନେ ଫେରସ୍ତ ଆସୁଛନ୍ତି । ଯେଉଁ ମାନଙ୍କର ହାତୀ କ୍ଷୟକ୍ଷତି କରୁଛନ୍ତି ସେମାନେ ନିର୍ଦ୍ଧାରିତ ଫର୍ମ ରେ ଲିଖିତ ଆବେଦନ କଲେ କ୍ଷୟକ୍ଷତିର ଆକଳନ କରାଯାଇ ସରକାରୀ ସହାୟତା ପ୍ରଦାନ କରାଯିବ । ମିଛୁଆ ରାଧୁଆ ଭଳି ମିଛ ଖବର ନଦେବା ପାଇଁ ରେଞ୍ଜର ଶରତ କୁମାର ଶତପଥି ଜନ ସାଧାରଣଙ୍କୁ ଅନୁରୋଧ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.