Home ଓଡ଼ିଶା ରଣପୁର ରଥ ନିର୍ମାଣ ପାଇଁ ଜିଲ୍ଲାପାଳଙ୍କ ଠାରୁ ସବୁଜ ସଙ୍କେତ

ରଣପୁର ରଥ ନିର୍ମାଣ ପାଇଁ ଜିଲ୍ଲାପାଳଙ୍କ ଠାରୁ ସବୁଜ ସଙ୍କେତ

132

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୨୧/୦୫-ନୟାଗଡ ଜିଲ୍ଲା ରଣପୁର ଜଗନ୍ନାଥ ମନ୍ଦିରକୁ ରଣପୁର ବାସୀ ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ଦାବି କରି ଆସୁଥିଲା ବେଳେ କୋଭିଡ୍‌-୧୯ ଲକ୍‌ଡାଉନ୍ ଯୋଗୁଁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ନଥିଲା । ମନ୍ଦିର ପରିଚାଳନା କର୍ତ୍ତୁପକ୍ଷ ଏକ ବୈଠକରେ ଗତ ମେ ୧୩ ତାରିଖ ଦିନ ନୟାଗଡ ଜିଲ୍ଲାପାଳଙ୍କୁ ରଥ ନିର୍ମାଣ ଅନୁମତି ପାଇଁ ଚିଠି ଲେଖିଥିଲେ । ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ ରଥ ନିର୍ମାଣ ପାଇଁ ଆଇନ୍ ମନ୍ତ୍ରୀଙ୍କୁ ମଧ୍ୟ ଚିଠି ଲେଖିଥିଲେ । ରଣପୁର ପ୍ରେସ୍ କ୍ଲବ ତରଫରୁ ସାମ୍ବାଦିକ ବନ୍ଧୁମାନେ ରଣପୁର ତହସିଲ୍‌ଦାର ତଥା ଦେବତ୍ତୋର ଅଧିକାରୀ ସଂଜୟ କୁମାର ସାମନ୍ତରାୟଙ୍କୁ ଭେଟିଥିଲେ ।

କିନ୍ତୁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବାପାଇଁ ଜିଲ୍ଲାପାଳଙ୍କ ନିକଟରେ ବିଚାରାଧିନ ଥିଲା । ମେ ୨୧ ତାରିଖ ମଧ୍ୟାହ୍ନରେ ରଣପୁର ବିଧୟାକ ତଥା ନୟାଗଡ ଜିଲ୍ଲା ଯୋଜନା ବୋର୍ଡ ର ଅଧ୍ୟକ୍ଷ ସତ୍ୟନାରାୟଣ ପ୍ରଧାନ ଓ ରଣପୁର ର ସମସ୍ତ ପ୍ରେସ୍ କ୍ଲବ୍ ର ସଦସ୍ୟମାନେ ମିଳିତ ହୋଇ ନୟାଗଡ ଜିଲ୍ଲପାଳ ଡ.ପୋମା ଟୁଡୁଙ୍କୁ ଭେଟି ଆଲୋଚନା କରିଥିଲେ । ତା ପରେ ଜିଲ୍ଲାପାଳ ରଣପୁର ତହସିଲ୍‌ଦାରଙ୍କୁ ସାମାଜିକ ଦୁରତ୍ୱକୁ ପ୍ରାଧାନ୍ୟ ଦେଇ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ପାଇଁ ସବିଜ ସଙ୍କେତ ଦେଇଥିବା ଜଣା ପଡିଛି । ଯାହା ଫଳରେ ରଣପୁର ଜଗନ୍ନାଥ ପ୍ରେମୀଙ୍କ ମନରେ ଖୁସିର ଲହରୀ ଖେଳି ଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.