Home ଓଡ଼ିଶା କେନ୍ଦୁଝର ପୋଲିସ ଅଧିକାରୀଙ୍କ ବର୍ବରତା ମାମଲା – ଦରମାରୁ ୧୦ ହଜାର ଟଙ୍କା ପିଡିତାଙ୍କୁ ଦେବାକୁ...

କେନ୍ଦୁଝର ପୋଲିସ ଅଧିକାରୀଙ୍କ ବର୍ବରତା ମାମଲା – ଦରମାରୁ ୧୦ ହଜାର ଟଙ୍କା ପିଡିତାଙ୍କୁ ଦେବାକୁ ମାନବିକ ଅଧିକାର କମିଶନଙ୍କ ସୁପାରିଶ

279

କେନ୍ଦୁଝର, ୨୧ ମେ ୨୦୨୦ (ଓଡ଼ିଆ ପୁଅ) କେନ୍ଦୁଝର ଜିଲ୍ଲାରେ ଜଣେ ମହିଳା ପୋଲିସ ଅଧିକାରୀଙ୍କ ଥାନା ଭିତରେ ଜଣେ ନିରୀହ ଗରିବ ପ୍ରଜା ଉପରେ ଦବଙ୍ଗଗିରି ମହଙ୍ଗା ପଡିଛି। କେନ୍ଦୁଝର ଜିଲ୍ଲା ପାଟଣା ଥାନାର ଆଇ.ଆଇ.ସି. ଜଣେ ନିରୀହ ବାଳକକୁ ଥାନାରେ ଲାଠି ଦ୍ୱାରା ପ୍ରବଳ ମାଡ ମାରିବା ସହ ବୁଟରେ ଗୋଇଠା ମାରିବା ଘଟଣାର ଭିଡିଓ ସହ ପିଡିତାଙ୍କ ବୟାନ ବିସ୍ତୁତ ଖବର ବିଭିନ୍ନ ବୈଦ୍ୟୁତିକ ଗଣ ମାଧ୍ୟମ ଓ ପ୍ରିଣ୍ଟ ମିଡିଆରେ ପ୍ରକାଶ ପାଇବା ପରେ, ଏହି ମାମଲାରେ ହସ୍ତକ୍ଷେପ କରିବାକୁ ମନୋଜ ଜେନା ନାମକ ଜଣେ ଆକ୍ଟିଭିଷ୍ଟ ଓଡିଶା ମାନବିକ ଅଧିକାର କମିଶନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ପୀଡିତାର ଏକ ମାତ୍ର ଭୁଲ ଥିଲା ଯେ ପଡୋଶୀ ସହ ତାର ଏକ ଚାଷ ଜମିକୁ ନେଇ କିଛି ବିବାଦ ରହିଥିଲା। ଯେଉଁଥିପାଇଁ ମହିଳା ଥାନା ଅଧିକାରୀ ତାକୁ ଥାନାକୁ ଡକାଇ ତା ଉପରେ ତାଙ୍କର ଦବଙ୍ଗଗିରି ଦେଖାଇଥିଲେ। ଏହି ମାମଲାର କମିଶନ ହସ୍ତକ୍ଷେପ କରିବା ସହ ସମସ୍ତ ଦସ୍ତାବିଜ ତଥା ଭିଡିଓ ଫୁଟେଜ, ବିଭିନ୍ନ ସମ୍ବାଦ ପତ୍ରରେ ପ୍ରକାଶିତ ରିପୋର୍ଟକୁ ତର୍ଜମା କରିବା ପରେ ଘଟଣାର ସତ୍ୟତାକୁ କମିଶନ ହୃଦବୋଧ କରିବା ପରେ, ଏଭଳି ପୋଲିସ ଅଧିକାରୀମାନଙ୍କୁ ବିନା ଦଣ୍ଡରେ ଛାଡି ଦିଆଗଲେ ଭବିଷ୍ୟତରେ ଏମାନେ ବିଭାଗ ଉପରେ ବୋଝ ସଦୃଶ୍ୟ ହେବେ ବୋଲି ମତ ପ୍ରକାଶ କରିଛନ୍ତି ଏବଂ ଏହି ମାମଲାରେ କମିଶନ, ସୁପରିଟେଣ୍ଡେଟ ପୋଲିସ, କେନ୍ଦୁଝର ଏବଂ ସଂପୃକ୍ତ ପୋଲିସ ଅଧିକାରୀ ସଂଧ୍ୟାରାଣୀ ଜେନାଙ୍କୁ ସେମାନଙ୍କର ସବିଶେଷ ରିପୋର୍ଟ ୪ ସପ୍ତାହ ମଧ୍ୟରେ ଦେବାକୁ ନୋଟିସ ଜାରି କରିଛନ୍ତି ଏବଂ ଏଥିସହ ମାନ୍ୟବର କମିଶନ ରାଜ୍ୟ ସରକାରଙ୍କ ଗୃହ ବିଭାଗର ପ୍ରିନ୍ସପାଲ ସେକ୍ରେଟାରୀ ଏବଂ ଡି. ଜି . ପୋଲିସ ଓଡିଶାଙ୍କୁ ପିଡିତାଙ୍କୁ ମଧ୍ୟବର୍ତ୍ତୀକାଳୀନ କ୍ଷତିପୁରଣ ବାବଦରେ ୧୦ ହଜାର ଟଙ୍କା ୧୦ ଦିନ ମଧ୍ୟରେ ଦେବାକୁ ସୁପାରିସ କରିଛନ୍ତି ଏବଂ ଏହି ଅର୍ଥ ପାଟଣା ଥାନା ଆଇ. ଆଇ . ସି. ସଂଧ୍ୟାରାଣୀ ଜେନାଙ୍କ ଦରମାରୁ କାଟି ଭରଣା କରିବାକୁ ମଧ୍ୟ ସୁପାରିଶ କରିଛନ୍ତି। ଅନ୍ୟ ପକ୍ଷରେ ଜଣେ ପିଡିତାଙ୍କୁ ଥାନା ମଧ୍ୟରେ ମାଡ ମାରିବାର ଅଧିକାର ତାଙ୍କ କିଏ ଦେଇଛି ବୋଲି ମଧ୍ୟ ପ୍ରଶ୍ନ କରିଛନ୍ତି ଏବଂ ଏହି ଘଟଣାରେ ସଂପୃକ୍ତ ଅଧିକାରୀ ନିଜର ସୁରକ୍ଷା ଉଦ୍ଦେଶ୍ୟରେ ଅନେକ ବାହାନା ତଥା ପ୍ଲି ନେଇପାରନ୍ତି ତଥାପି ଏହା ଉତରଦାୟିତ୍ୱର ଅଭାବକୁ ସ୍ପଷ୍ଟ କରିଛି ବୋଲି କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.