Home ଓଡ଼ିଶା ଗଭୀର କୂପରୁ ଉଦ୍ଧାର ଯୁବତୀଙ୍କୁ ଡାକ୍ତରଙ୍କ ମୃତ୍ୟୁ ଘୋଷଣା

ଗଭୀର କୂପରୁ ଉଦ୍ଧାର ଯୁବତୀଙ୍କୁ ଡାକ୍ତରଙ୍କ ମୃତ୍ୟୁ ଘୋଷଣା

211

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୨୧/୦୫-ନୟାଗଡ ଜିଲ୍ଲା ରଣପୁର ଥାନା ଲେଖନପୁର ନୁଆ ସାହିର ପ୍ରଫୁଲ୍ଲ ବେହେରାଙ୍କ କନ୍ୟା ଭାରତୀ ବେହେରା(୧୭) ସକାଳୁ ସକାଳୁ ବାଡିପଟ ଖୋଲା କୂପକୁ ପାଣି ଆଣିବା ପାଇଁ ଯାଇଥିଲେ । ହଠାତ୍ ଗୋଡ ଖସିଯିବାରୁ ଭାରତୀ କୂଅ ଭିତରେ ଖସି ପଡିଥିଲେ । ଗ୍ରାମବାସୀଙ୍କ ତରଫରୁ ଅଗ୍ନୀଶମ ବାହିନୀକୁ ଖବର ଦିଆ ଯାଇଥିଲା । ଅଗ୍ନିଶମ ବାହିନୀର ଅଧିକାରୀ ସରୋଜ କୁମାର ଦାଶ ସଦଳବଳେ ଘଟଣା ସ୍ଥଳରେ ପହଁଚି ଯୁବତୀଙ୍କୁ କୂଅ ଭିତରୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରିଥିଲେ ।

କିନ୍ତୁ ଖୋଲା କୂପଟି ୮୫ଫୁଟ ଗଭୀର ଥିବାବେଳେ ଖୁବ୍ ଅଣ ଓସାରିଆ ଓ ୨୫ଫୁଟ ପାଣି ରହିଥିଲା । କୂଅ ଭିତରେ ଅଙ୍ଗାରକାମ୍ଲ ଗ୍ୟାସ ଅତ୍ୟଧିକ ପରିମାଣ ଥିବାରୁ ଅକ୍ସିଜେନ ଗ୍ୟାସ୍ ନେଇ ଅଗ୍ନିଶମ ବାହିନୀ କୂଅ ଭିତରକୁ ଯାଇ ଯୁବତୀଙ୍କୁ ଉଦ୍ଧାର କରିଥିଲେ । ଉଦ୍ଧାର କରି ରଣପୁର ସରକାରୀ ଡାକ୍ତରଖାନାକୁ ଆଣିଥିଲେ । ଡାକ୍ତର ପରୀକ୍ଷା ନିରୀକ୍ଷା ପରେ ଯୁବତୀକୁ ମୃତ ଘୋଷଣା କରିଥିଲେ । ଯୁବତୀ ଜଣକ +୨ ପରୀକ୍ଷା ଦେଇଥିଲେ । ଯୁବତୀଙ୍କ ମୃତ୍ୟୁରେ ଗ୍ରାମରେ ଶୋକର ଛାୟା ଖେଳି ଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.