Home ଓଡ଼ିଶା ରଣପୁର ଯୋଗାଣ କାର୍ଯ୍ୟାଳୟ ରେ କବାଟ ବନ୍ଦ ଝରକା ଖୋଲା

ରଣପୁର ଯୋଗାଣ କାର୍ଯ୍ୟାଳୟ ରେ କବାଟ ବନ୍ଦ ଝରକା ଖୋଲା

55

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧୭/୦୯- ନୟାଗଡ ଜିଲ୍ଲା ଯୋଗାଣ ବିଭାଗ କାର୍ଯ୍ୟାଳୟ କୁ ଅବ୍ୟବସ୍ଥା ଭିତରେ ଚାଲିଥିବା ଅଭିଯୋଗ ହେଉଅଛି । ଯୋଗାଣ ବିଭାଗ ଅଧିକାରୀ କରୋନା ଆଳ ଦେଖାଇ ଅଫିସ୍ କାର୍ଯ୍ୟାଳୟ କବାଟ ଭିତରୁ କିଳି ଝରକା ପଟେ କାର୍ଯ୍ୟ ଚଲାଇଛନ୍ତି । ଯେ କେହି ହୀତାଧିକାରୀ କୈାଣସି କାର୍ଯ୍ୟ ପାଇଁ ଅଫିସ କୁ ଗଲେ ଯୋଗାଣ ଅଧିକାରୀ ଚନ୍ଦ୍ରଶେଖର ନାହାକ ଙ୍କ ଚେୟାର ଖାଲି ପଡିଥାଏ । କମ୍ପ୍ୟୁଟର ଚଲାଉଥିବା ପିଲା ଟି ଝରକା ପଟେ ଉତ୍ତର ଦେଇଥାଏ  ସାରେ ଅଫିସ୍ କାର୍ଯ୍ୟ ରେ ବାହାରକୁ ଯାଇଛନ୍ତି । ମାସ ମାସ ଧରି ଅଫିସ୍ କୁ ଦଉଡିଲେ ମଧ୍ୟ ଉତ୍ତର ମିଳେ ସାଇଟ୍ ବନ୍ଦ ଅଛି ।

ତେଣୁ ଲୋକମାନେ ଦଉଡି ଦଉଡି ହତାସ ହୋଇ ଫେରୁଛନ୍ତି । ଏ ସର୍ମ୍ପକେ ଯୋଗାଣ ବିଭାଗ ଅଧିକାରୀ ଚନ୍ଦ୍ରଶେକର ନାହାକ ଙ୍କୁ ପାଚାରି ବାରେ କୁହନ୍ତି ଅଫିସ୍ ଭିତର କୁ ଏକାବେଳକେ ବହୁ ଲୋକ ପଶି ଆସୁଛନ୍ତି । ତେଣୁ କବାଟ ବନ୍ଦ ହୋଇ ଝରକା ପଟେ କାର୍ଯ୍ୟ ଚାଲିଛି । ରଣପୁର ବ୍ଲକ ରୁ ୨୭୦ ଜଣ ନୂଆ କାର୍ଡ ପାଇଁ ଆବେଦନ କରିଥିବା ବେଳେ ୧୯୬ ଜଣ ଯୋଗ୍ୟ ବିବେଚିତ ହୋଇଛନ୍ତି । ର୍ଟାଗେଟ୍ ନାହିଁ ତେଣୁ ସେମାନଙ୍କୁ ରାସନ୍ କାର୍ଡ ଯୋଗାଇ ବାରେ ବିଲମ୍ବ ଘଟୁଛି । ଅନୁସୂଚିତ ଜାତି , ଅନୁସୂଚିତ ଜନଜାତି ଓ ଭିନ୍ନକ୍ଷମ ମାନଙ୍କ ତାଲିକା ସଂଗ୍ରହ ଚାଲିଛି । ତେଣୁ ସର୍ଭେ କରିବାକୁ ଯିବାକୁ ପଡୁଥିବାରୁ ଅଫିସ୍ ରେ ଅନୁପସ୍ତିତ ରହିବାକୁ ପଡୁଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.