Home କେନ୍ଦୁଝର ମାଟି କାନ୍ଥପଡି ବୃଦ୍ଧାଙ୍କ ମୃତ୍ୟୁ

ମାଟି କାନ୍ଥପଡି ବୃଦ୍ଧାଙ୍କ ମୃତ୍ୟୁ

44

ହାଟଡିହି-୧୭/୯ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ବାଲିବରେଇ ପଞ୍ଚାୟତ ଟିଲଗଡିଆ ଗ୍ରାମରେ ପ୍ରବଳ ବର୍ଷା ଯୋଗୁଁ ମାଟିକାନ୍ଥ ଭାଙ୍ଗିପଡିବାରୁ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ହେଉଛନ୍ତି ଗ୍ରାମର ଦୁଲ୍ଲୀ ମାଝୀ । ଖବରରୁ ଜଣାଯାଇଛି ଯେ ଗ୍ରାମର ଦୁଲ୍ଲୀ ମାଝୀ (୭୫) ଗତକାଲି ରାତିରେ ଖାଇପିଇ ଶୋଇବାପରେ ରାତି ପାଖାପାଖି ଦୁଇଟା ସମୟରେ ହଠାତ ତାଙ୍କର ମାଟି କାନ୍ଥଟି ଭାଙ୍ଗି ତାଙ୍କ ଉପରେ ପଡିଥିଲା । ଗୁରୁତର ଅବସ୍ଥାରେ ପରିବାର ଲୋକେ ତାଙ୍କୁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ନେଇଥିବାବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ ଦୁଲ୍ଲୀ ମାଝୀଙ୍କୁ ଆଜି ପର୍ଯ୍ୟନ୍ତ ଆବାସ ଯୋଜନାରେ ଘର ଖଣ୍ଡିଏ ଯୋଗାଇ ଦିଆଯାଇ ନଥିବାବେଳେ ସେ ଏକ ଭଙ୍ଗା ଚାଳଛପର ଘରେ ବସବାସ କରିଆସୁଥିଲେ । ତାଙ୍କର ଚାଳଘରଟି ସମ୍ପୁର୍ଣ୍ଣ ନଷ୍ଟ ହୋଇ ଯାଇଥିବାରୁ ଚଳିତବର୍ଷ ଛପର ହୋଇ ନଥିବାରୁ ଗତ ଲଘୁଚାପ ଜନିତ ଲଗାଣବର୍ଷାରେ ତାଙ୍କର ଘରଟି ସମ୍ପୁର୍ଣ୍ଣ ଭିଜି ଯାଇଥିଲା । ଫଳରେ କାନ୍ଥ ଗୁଡିକର ମୁଳ ନଷ୍ଟ ହୋଇଯିବା ଦ୍ୱାରା ଏପରି ଅଘଟଣ ଘଟିଲା ବୋଲି ଗ୍ରାମବାସୀମାନେ ପରିବାର ଲୋକେ କହିଛନ୍ତି । ଉକ୍ତ ଗରିବ ଆଦିବାସୀ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.