Home ଓଡ଼ିଶା କୋଭିଡ୍ କଟକଣା ଭିତରେ ବିଶ୍ୱକର୍ମା ପୂଜା ଅନୁଷ୍ଠିତ

କୋଭିଡ୍ କଟକଣା ଭିତରେ ବିଶ୍ୱକର୍ମା ପୂଜା ଅନୁଷ୍ଠିତ

71

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧୭/୦୯- ସାରା ପୃଥିବି ରେ ପ୍ରତ୍ୟେକ ନିର୍ମାଣ କାର୍ଯ୍ୟ ରେ ବିଶ୍ୱକର୍ମା ଙ୍କୁ ଆରାଧ୍ୟ ଦେବତା ଭାବେ  ବିଶ୍ୱାସ କରିଥାନ୍ତି । ତେଣୁ ବିଶ୍ୱକର୍ମା ଙ୍କୁ ସଂକ୍ରାନ୍ତି ଅବସରରେ  ବିଶ୍ୱ ନିର୍ମାଣ ର ଦେବତା ଭାବେ ପୂଜା କରାଯାଇଥାଏ । ଚଳିତ ବର୍ଷ କରୋନା ତୃତୀୟ ଲହର ଆସିବା ସମ୍ଭାବନା ଥିବାରୁ କୋଭିଡ୍ କଟକଣା ଭିତରେ ପୂଜା ରନପୁର ରେ ଅନୁଷ୍ଠିତ ହୋଇଯାଇଅଛି ।


ରଣପୁର ବିଦ୍ୟୁତ୍ ବଣ୍ଟନ କାର୍ଯ୍ୟାଳୟ , ମା ତାରିଣୀ ପରିବହନ ଟ୍ରକ ଓ ମିନିଟ୍ରକ ସଂଘ ସହ ବଢେଇ ଶାଳ ,  କମାର ଶାଳ , ବଣିଆ ଶାଳ ଆଦି ସମସ୍ତ ନିର୍ମାଣ କାର୍ଯ୍ୟର ବ୍ୟବସାୟିକ ଅନୁଷ୍ଠାନ ଗୁଡିକ ରେ କଟକଣା ମଧ୍ୟରେ ପୂଜା ଅନୁଷ୍ଠିତ ହୋଇଯାଇ ଅଛି । ସମସ୍ତ କଟକଣା ଯୁକ୍ତ ସରକାରୀ ନୀୟମ କୁ ପାଳନ କରାଯାଇଥିବା  ଜଣାପଡିଛି ।  ପୋଲିସ କୋଭିଡ୍ କଟକଣା ଉପରେ ନଜର ରଖିଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.