Home ଓଡ଼ିଶା କୃଷୀମନ୍ତ୍ରୀ ଙ୍କ ଜିଲ୍ଲା ରଣପୁର ବ୍ଲକ ଆଳୁ ଚାଷ ଯୋଜନା କାହା ସ୍ୱାର୍ଥରେ

କୃଷୀମନ୍ତ୍ରୀ ଙ୍କ ଜିଲ୍ଲା ରଣପୁର ବ୍ଲକ ଆଳୁ ଚାଷ ଯୋଜନା କାହା ସ୍ୱାର୍ଥରେ

58

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୦୨/୦୮-  ଓଡିଶା ଆଳୁ ଫସଲ ଉତ୍ପାଦନ ରେ ପଛୁଆ ଥିବାରୁ ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗ ଉପରେ ନିର୍ଭର କରିଥାଏ । ଓଡିଶା କୁ ଆଳୁ ଉତ୍ପାଦନ କ୍ଷେତ୍ରରେ ସ୍ୱାବଲମ୍ବୀ କରିବା ପାଇଁ ଆଳୁ ମିଶନ୍ ଠାରୁ ଆରମ୍ଭ କରି ଆଳୁ ଚାଷ ପାଇଁ ବିଭିନ୍ନ ଯୋଜନା କରାଯାଉଅଛି । ଓଡିଶା ର କୃଷିମନ୍ତ୍ରୀ ଙ୍କ ଜିଲ୍ଲା ରଣପୁର ବ୍ଲକ ରେ ଆଳୁ ଚାଷ ଯୋଜନା ବାଟବଣା  ହୋଇଥିବା ଅଭିଯୋଗ ହେଉଛି । ଚଳିତ ବର୍ଷ ରଣପୁର ବ୍ଲକ ରେ ଜୁନ୍ ମାସ ରେ ୧୪ ହେକ୍ଟର ଜମି ରେ ଆଳୁ ଚାଷ ପାଇଁ ଯୋଜନା ହୋଇଥିଲା । ସେଥିପାଇଁ ଓଡିଶା ଜୀବିକା ମିଶନ୍ ମହିଳା ଗୋଷ୍ଠୀ ଓ ଚାଷୀ ଙ୍କୁ ମିଶାଇ ୧୪୦ ୟୁନିଟ୍ କ୍ଷେତ୍ର ଚିହ୍ନଟ କରାଯାଇଥିଲା । ଜୁଲାଇ ପ୍ରଥମ ସପ୍ତାହ ରେ ଚାଷୀ ପିଛା ୧୫୦ କେଜି ଆଳୁ ବିହନ ଯୋଗା ଯାଇଥିଲା । କିନ୍ତୁ ଆଳୁ ବିହନ ଖରାପ ଥିବାରୁ ଠିକ୍ ଭାବରେ ଗଜା ହେଉନଥିବା ଅଭିଯୋଗ ହେଉଅଛି । ବର୍ଷା ଲାଗି ରହିବାରୁ ମହିଳା ଗୋଷ୍ଠୀ ଆଳୁ ଲଗାଇବା ପାଇଁ ଜମି ପ୍ରସ୍ତୁତ ରେ ବିଳମ୍ବ ଘଟୁଛି । କେତେକ ଜାଗା ରେ ଆଳୁ ଲଗାଯାଇଥିଲେ ମଧ୍ୟ ଆଳୁ ମଞ୍ଜୀ ଗଛ ନହୋଇ ପୋଚା ହୋଇଯାଉଛି । ଯାହାଫଳା ରେ ଆଳୁ ଚାଷ ପାଇଁ ଆଗ୍ରହ ପ୍ରକାଶ କରିଥିବା ମହିଳା ଗୋଷ୍ଠୀ ଓ ଚାଷୀ ମୁଣ୍ଡରେ ହାତ ଦେଲେଣି । ପ୍ରତି ୟୁନିଟ୍ ପିଛା ଆଳୁ ବିହନ ଦାମ୍ କୁ ମାଶାଇ ୭ ହଜାର ୫ ଶହ ଟଙ୍କା ଲେଖାଁଏ ବ୍ୟୟ ବରାଦ ହୋଇଥିଲା ।

ଆଳୁ ମଞ୍ଜୀ ବିହନ କୁଣ୍ଟାଲ୍ ୩ ହଜାର ୯ ଶହ ଟଙ୍କା ରେ କିଣା ହୋଇ ଚାଷୀ ମାନଙ୍କୁ ଯୋଗା ଯାଇଅଛି । ରଣପୁର ବ୍ଲକ ରେ ଆଳୁ ଯୋଗାଣ କାରୀ ଡିଲର ବିପିନ୍ କୁମାର ସାହୁ ଙ୍କୁ ପଚାରି ବାରେ କୁହନ୍ତି ଆମର ଆଲୁ ମଞ୍ଜୀ କୁଣ୍ଟାଲ୍ ପିଛା ବଜାର ରେ ୮ ଶହ ଟଙ୍କା ରେ ମିଳୁଅଛି ।  କିନ୍ତୁ ସାଧାରଣ ବଜାର ରେ ଆଳୁ ମଞ୍ଜୀ ବିହନ କମ୍ ଦର ରେ ମିଳୁଥିବା ବେଳେ ସରକାର ଅଧିକ ଦର ରେ ଖରାପ ଆଳୁ ରାଜ୍ୟ ବାହାରୁ ଆଣି ଯୋଗାଇଛନ୍ତି । ଆଳୁ ଚାଷ ର ବାଟବଣା ସର୍ମ୍ପକେ ରଣପୁର ଉଦ୍ୟାନ ବିଭାଗ ର ଅତିରିକ୍ତ ଉଦ୍ୟାନ ବିତ୍‌  ବିକ୍ରମ କୁମାର ସାହୁ ଙ୍କ ସହ ଯୋଗାଯୋଗ କରିବାରେ କୁହନ୍ତି ପ୍ରଥମ ଥର ପରୀକ୍ଷା ସ୍ୱରୁପ ବର୍ଷା ଋତୁ ରେ ଆମ ଅଞ୍ଚଳ ରେ ଆଳୁ ଚାଷ ପାଇଁ ଯୋଜନା ହୋଇଥିବାରୁ ଏହି ପରି ଅବସ୍ଥା ହୋଇଛି । ଆଉ ୧୫ ଦିନ ପରେ ଜଣାପଡିବ କେତେ ଜାଗା ରେ ଆଳୁ ଚାଷ ହୋଇପାରିଛି ।   ଏ ସର୍ମ୍ପକେ ନୟାଗଡ ଜିଲ୍ଲା ଉଦ୍ୟାନ ବିଭାଗ ପ୍ରତିନିଧି ନିର୍ଦେଶକ ମୁରଲୀ ଧର ବେହେରା ଙ୍କୁ ଯୋଗାଯୋଗ କରିବାରେ କୁହନ୍ତି  ଆମ୍ଭ ବିଭାଗ ରେ କର୍ମଚାରୀ କମ୍ ଥିବାରୁ ଆଳୁ ବିହନ ଯୋଗାଣ ପରେ ପରବର୍ତ୍ତି ଚାଷ ସର୍ମ୍ପକେ ସଠିକ୍ ତଦାରଖ ହୋଇପାରୁନାହିଁ । ରଣପୁର ବ୍ଲକ ଅଂଚଳ ରେ ଆଳୁ ଚାଷ ଯୋଜନା ବାଟବଣା ହୋଇଥିବା ଅଭିଯୋଗ ହେଉଛି । ବିଭାଗୀୟ ଉଚ୍ଚ କର୍ତ୍ତୁପକ୍ଷ ଏହାର ତଦନ୍ତ କରିବା ପାଇଁ ବହୁଚାଷୀ ଅନୁରୋଧ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.