Home ଓଡ଼ିଶା ରଣପୁର ମା ମଣିନାଗ ପୀଠରେ ଭୂବନେଶ୍ୱରୀ ରୂପରେ ପୂଜା ପାଇଲେ ମଣିନାଗ

ରଣପୁର ମା ମଣିନାଗ ପୀଠରେ ଭୂବନେଶ୍ୱରୀ ରୂପରେ ପୂଜା ପାଇଲେ ମଣିନାଗ

27

ନୟାଗଡ/୨୧/୧୦(ଓଡିଆପୁଅ /ଦେବୀପ୍ରସାଦ ଆଚାର୍ଯ୍ୟ)- ନୟାଗଡ ଜିଲ୍ଲା ମା ମଣିନାଗ ପୀଠରେ ନବରାତ୍ରର ପୂଜାରେ ଭୂବନେଶ୍ୱରୀ ରୂପରେ ପୂଜା ପାଇଲେ ମା ମଣିନାଗ । ନତ ପଞ୍ଚମୀ ଅବସରରେ ମଣିନାଗ ପୀଠରେ ମା ଭୂବନେଶ୍ୱରୀଙ୍କୁ ଆବାହନ କରାଯାଇ ପୂଜା କରାଯାଇଥିବା ଜଣାପଡିଛି । ଭୂବନେଶ୍ୱରୀ ହେଉଛନ୍ତି ଶାନ୍ତ ମୁର୍ତି ର ପ୍ରତୀକ । ଭୂବନେଶ୍ୱରୀଙ୍କୁ ଆରାଧାନା କଲେ ପରିବାର ରେ ଶାନ୍ତି, ମାନସିକ ସିଦ୍ଧି, କର୍ମକ୍ଷେତ୍ରରେ ଉନ୍ନତି , ସନ୍ତାନଯୋଗ ଓ ଅର୍ଥ ଲାଭ  ହୋଇଥାଏ ବୋଲି ଜନସାଧାରଣ ରେ ବିଶ୍ୱାସ ରହିଅଛିା

ପଣ୍ଡିତ ଗୋଦାବରୀଶ ଶତପଥି ଙ୍କ ସୂଚନା ଅନୁଯାଇ ନତପଞ୍ଚମୀରେ ସକାଳୁ ଷଢାଙ୍ଗ, ସୂର୍ଯ୍ୟ ପୂଜା, ଦ୍ୱାରପୂଜା, ବିଲ୍ୱପୂଜା, ପୀଠପୂଜା, ପୀଠଚଣ୍ଡୀ କରାଯାଇଥାଏ । ସନ୍ଧ୍ୟାରେ ମୂଳ ମନ୍ତ୍ର ରେ ଆହୁତି, ପ୍ରତ୍ୟେକ ଚଣ୍ଡୀ ଷ୍ଲୋକରେ ଆହୁତି, ଉପଚାର ପୂଜା, ଆଳତି ପରେ ପୂଷ୍ପାଞ୍ଜଳୀ ଦିଆଯାଇଥାଏ । ନତପଞ୍ଚମୀରେ ମାସୋଧନ ବଳି ପ୍ରଦାନ ପରେ ଧୂପ ପହଡ ଓ ନିର୍ମାଲ୍ୟ ସମର୍ପଣ କରାଯାଇଥାଏ । କରୋନା କଟକଣା ଯୋଗୁଁ ବିନା ଭକ୍ତରେ ପୂଜା କରାଯାଉଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.